‘କେଦାରନାଥ’ ରିଲିଜ୍‌ ପୂର୍ବରୁ ମିଡ଼ିଆକୁ ଚିଠି ଲେଖି କଫି ପିଇବାର ପ୍ରସ୍ତାବ ଦେଲେ ସାରା,ଜାଣନ୍ତୁ ଏହା ପଛର କାରଣ

ମୁମ୍ବାଇ : ଏବେ ଚର୍ଚ୍ଚାରେ ଅଭିନେତ୍ରୀ ତଥା ସୈଫ୍‌-ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ । ଡ଼େବ୍ୟୁ ଫିଲ୍ମ ରିଲିଜ୍‌ ନ ହେବା ପୂର୍ବରୁ ଦୁଇ ଦୁଇଟି ଫିଲ୍ମ ହାତକୁ ଆସିବା ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । କେଦାରନାଥ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ତାଙ୍କ ଦ୍ୱିତୀୟ ଫିଲ୍ମ ‘ସିମ୍ବା’ର ଟ୍ରେଲର ରିଲିଜ୍‌ ହୋଇ ସାରିଛି । ଯେଉଁଥିରେ ତାଙ୍କ ଲୁକ୍‌କୁ ଦର୍ଶକେ ପସନ୍ଦ କରୁଥିବା ଦେଖାଯାଇଛି । ତେବେ ଏତେ ଚର୍ଚ୍ଚାରେ ରହିବା ପରେ ସାରା ଏବେ ମିଡ଼ିଆକୁ ଧନ୍ୟବାଦ୍‌ ଜଣାଇବା ପାଇଁ ଭିନ୍ନ ଉପାୟ ଆପଣାଇଛନ୍ତି । ନିଜ ହାତରେ ଚିଠି ଲେଖି ସେ ଇନ୍‌ଷ୍ଟାରେ ପୋଷ୍ଟ କରିବା ସହ ମିଡ଼ିଆକୁ କଫି ପିଇବାର ପ୍ରସ୍ତାବ ଦେଇଛନ୍ତି ।

ଚିଠିରେ, ମୋର ଡେବ୍ୟୁ ପୂର୍ବରୁ ମୋତେ ଏତେ ଗୁରୁତ୍ୱ ଦେଇଥିବାରୁ ଧନ୍ୟବାଦ୍‌ । ଯଦି ଆପଣମାନଙ୍କ ପାଖେ ସମୟ ଅଛି, ତେବେ ମୋ ସହ କପେ କଫି ପିଅନ୍ତୁ….ମୁଁ ଆପଣଙ୍କ ପାଖରେ ଋଣୀ ରହିବି ବୋଲି ଲେଖିଥିବା ଦେଖାଯାଇଛି । ସାରା ଏହି ହାତ ଲେଖା ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ଜଣେ ଅଭିନେତ୍ରୀ ଏଭଳି କିଛି କରିବା ନେଇ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର