ବଢ଼ିଲା ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଭୁବନେଶ୍ବର : କେନ୍ଦ୍ର ନିର୍ବାଚନ କମିସନ୍‌ଙ୍କ ଆଦେଶ ଅନୁଯାୟୀ ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ପରିବର୍ତନ କରାଯାଇଛି। ପରିବର୍ତନ କାର୍ଯ୍ୟସୂଚୀ ଅନୁଯାୟୀ, ଦାବି ଓ ଆପତ୍ତି ଫଇସଲା ନଭେମ୍ବର ୩୦ ପରିବର୍ତେ ଚଳିତ ମାସ ୧୫ତାରିଖକୁ ବଢ଼ାଇ ଦିଆଯାଇଛି। ଯଦି ଏହି ଦାବି ଓ ଆପତ୍ତି ଉପରେ କୌଣସି ଅଭିଯୋଗ ଥାଏ ତେବେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କ ନିକଟରେ ଚଳିତମାସ ୧୫ତାରିଖ ସୁଦ୍ଧା ଆବେଦନ କରିପାରିବେ। ଡାଟେବେସ୍ ଓ ଅତିରିକ୍ତ ଭୋଟର ତାଲିକାରେ ପ୍ରସ୍ତୁତି ଓ ମୁଦ୍ରଣ କାର୍ଯ୍ୟ ଆସନ୍ତାବର୍ଷ ଜାନୁଆରି ୩ ତାରିଖ ପରିବର୍ତେ ଜାନୁଆରି ୧୯ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ଆସନ୍ତା ବର୍ଷ ଜାନୁଆରି ୪ତାରିଖ ପରିବର୍ତେ ସେହି ମାସ ୨୧ତାରିଖରେ ହେବ। ଜାତୀୟ ଓ ପ୍ରାଦେଶିକସ୍ତରର ରାଜନୈତିକ ଦଳ ଓ ଭୋଟର୍‌ମାନେ ଏହାର ସୁଯୋଗ ନେବାକୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର