ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ର ବଡ଼ପଡ଼ା ପଞ୍ଚାୟତର ଯନ୍ତାପାଇ ନିକଟରେ ବୋମା ବିସ୍ଫୋରଣ ଘଟି ୨ ଜଣ ଯବାନ ଆହତ ହୋଇଛନ୍ତି। ଏହି ଯବାନ ଦୁଇ ଜଣ କୋବ୍ରା ବଟାଲିୟନର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ଏନ୍ ଜଗା ରାଓ ଥିବା ବେଳେ ଅନ୍ୟ ଜଣେ ଯବାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅହତମାନଙ୍କୁ ନେଇ ଏବେ ବଡ଼ପଡ଼ା ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଖୁବ୍ ଶୀଘ୍ର ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀମାନେ କୁମ୍ବିଂ ଅପରେସନ୍ ଚଳାଇଥିବା ବେଳେ ଏହି ଘଟଣା ଘଟିଛି। ଅପରେସନ୍ ଚାଳଇଥିବା ବେଳେ ଆଇଆଇଡି ବିସ୍ଫୋରଣ ଘଟିବାରୁ ଯବାନମାନେ ଆହତ ହୋଇଥିଲେ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସଂପୃକ୍ତ ଅଞ୍ଚଳରେ ବର୍ତ୍ତମାନ କୁମ୍ବିଂ ଅପରେସନ ଚାଲିଛି।