ମୋହାଲି ଦିନିକିଆ: କ୍ୟାରିୟରର ସର୍ବଶ୍ରେଷ୍ଠ ସ୍କୋର କରି ଆଉଟ୍‌ ହେଲେ ଶିଖର ଧାଓ୍ଵନ୍‌

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ୫ ମ୍ୟାଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧାଓ୍ଵନ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଶିଖର ଧାଓ୍ଵନ ୧୨୪.୩୫ ହାରରେ ୧୧୫ ବଲ୍‌ ଖେଳି ୧୪୩ ରନ୍‌ କରିଛନ୍ତି। ଏଥିରେ ୧୮ଟି ଚୌକା ଓ ୩ଟି ଛକା ସାମିଲ ଅଛି।

ପଂଜାବର ମୋହାଲିସ୍ଥିତ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଥିଲା। ସ୍କୋର ୧୯୩ ରନ୍‌ରେ ରୋହିତ ଶର୍ମା (୯୫ ରନ୍‌, ୯୨ ବଲ, ୭ ଚୌକା ଓ ୨ ଛକା) ଆଉଟ୍‌ ହୋଇଥିଲେ। ସ୍କୋର ୨୫୪ ରନ୍‌ରେ ଶିଖର ଧାଓ୍ଵନ୍‌ ଆଉଟ୍‌ ହୋଇଥିଲେ। ଧାଓ୍ଵନ୍‌ ପେଟ୍‌ କମ୍ବିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଶିଖର ଧାଓ୍ଵନ୍‌ ରାଂଞ୍ଚି, ନାଗପରୁ ଓ ହ୍ରାଇଦ୍ରାବାଦ୍‌ରେ ଭଲ ବ୍ୟାଟିଂ କରି ନଥିଲେ ବି ଆଜି ସତର୍କତା ମୂଳକ ବ୍ୟାଟିଂ କରିଛନ୍ତି। ଫଳରେ ଭାରତ ମଜବୁତ୍‌ ସ୍ଥିତିରେ ପହଂଚିଛି।

ସମ୍ବନ୍ଧିତ ଖବର