କଂଗ୍ରେସକୁ ମହମ୍ମଦ୍‌ ଅଲ୍ଲୀ ଜିନ୍ନାଙ୍କ ପାର୍ଟି ବୋଲି କହିଲେ ଶତ୍ରୁଘ୍ନ ସିହ୍ନା

ପାଟନା: ବିହାରର ପାଟନା ସାହେବ ଲୋକସଭା ଆସନରୁ ବିଜେପି ଟିକେଟ୍‌ ନ ମିଳିବା ଫଳରେ କଂଗ୍ରେସରେ ଯୋଗ ଦେଇ ସେହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ସିହ୍ନା ପୁଣି ଏକ ନୂଆ ବୟାନ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତାରୁ ରାଜନେତା ହୋଇଥିବା ଶତ୍ରୁଘ୍ନ ସିହ୍ନା କଂଗ୍ରେସକୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପାର୍ଟି ବୋଲି କହିଥିଲେ। ଶତ୍ରୁଘ୍ନ ଏକଥା ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସ ପରିବାର ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପର୍ଯ୍ୟନ୍ତ, ମହମ୍ମଦ ଅଲି ଜିନ୍ନାଙ୍କଠାରୁ ଆରମ୍ଭ କରି ଜବାହାରଲାଲ ନେହେରୁଙ୍କ ପର୍ଯ୍ୟନ୍ତ, ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜୀବ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଦଳ ।କଂଗ୍ରେସକୁ ଆସିଛନ୍ତି ମାନେ,ସେ କେବେ ବି ପଛକୁ ଫେରିବାକୁ ଚାହିଁବେ ନାହିଁ। ଦୀର୍ଘ ସମୟ ଧରି ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କ ବିରୋଧ କରି ଆସିଥିବାରୁ ତାଙ୍କୁ ଟିକେଟ୍‌ କାଟି ଦିଆଗଲା ବୋଲି କହିଥିଲେ ଶତ୍ରୁଘ୍ନ ସିହ୍ନା। ଶତ୍ରୁଘ୍ନ ସିହ୍ନା ନିଜର ଭିନ୍ନ ଶୈଳୀରେ କହିଥିଲେ ଯେ କିଛି ତ ବାଧ୍ୟବାଧକତା ଥିବ, ଯେଉଁଥିପାଇଁ ତାଙ୍କୁ ବେଓ୍ଵଫା ହେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ପାଟନା ସାହିବ ଆସନରୁ ଏଥର ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର