ନିରାଶ ହେଲେ ବହିଷ୍କୃତ ବିଏସଏଫ ଯବାନ ତେଜବାହାଦୂର, ନିର୍ବାଚନ ଆୟୋଗଙ୍କ ପ୍ରାର୍ଥୀପତ୍ର ରଦ୍ଦ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ : ବିଏସଏଫରୁ ବହିଷ୍କୃତ ଯବାନ ତଥା ବାରାଣାସୀରେ ସମାଜବାଦିପାର୍ଟିର ପ୍ରାର୍ଥୀ ହୋଇଥିବା ତେଜବାହାଦୂର ଯାଦବଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗ ଯାଦବଙ୍କ ପାର୍ଥୀପତ୍ରକୁ ରଦ୍ଦ କରିଦେଇଥିବାରୁ ତାହାକୁ ଚ୍ୟାଲେଞ୍ଜ କରି ଯାଦବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ତେଜ ବାହାଦୁର ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଜଣେ ସପା ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ପୂର୍ବରୁ ମଧ୍ୟ ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଦୁଇଟି ଯାକ ପ୍ରାର୍ଥିପତ୍ରରେ ବିସଙ୍ଗତି ଥିବା ଦେଖି ନିର୍ବାଚନ କମିସନ୍ ତାଙ୍କୁ ବିଏସଏଫ୍ରୁ ଏନ୍ଓସି ଆଣିବାକୁ କହିଥିଲେ। ତେବେ ତେଜବାହାଦୁର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଏସଏଫ୍ରୁ ଏନ୍ଓସି ଆଣିବାରେ ବିଫଳ ହେବାରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଇଥିଲା । ଆୟୋଗର ଏହି ରାୟ ବିରୋଧରେ ଯାଦବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗତ ବର୍ଷ ସେ ବିଏସଏଫରେ ଖରାପ ଖାଦ୍ୟକୁ ନେଇ ସେ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କୁ ବିଏସଏଫରୁ ବହିଷ୍କାର କରାଯାଇଥିଲା ।

ସମ୍ବନ୍ଧିତ ଖବର