ଅଲଓ୍ଵରରେ ୩ଜଣ ନାବାଳକଙ୍କ ଦ୍ୱାରା ଦୁଷ୍କର୍ମ ଶିକାର ହେଲେ ୧୫ବର୍ଷୀୟ ନାବାଳିକା, ଜଣକୁ ପିଟି ପିଟି ମାରିଦେଲେ ପରିବାର ଲୋକେ

ଅଲଓ୍ଵର : ଅଲଓ୍ଵରରେ ଜଣେ ଦଳିତ ମହିଳା ଗଣଦୁଷ୍କର୍ମର ଶିକାର ହେବା ମାମଲାର ସମାଧାନ ହୋଇ ନଥିବା ବେଳେ ଏବେ ପୁଣି ଥରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, ପୀଡ଼ିତାଙ୍କୁ ୩ଜଣ ନାବାଳକ ଦୁଷ୍କର୍ମ କରିଛନ୍ତି । ଏହି ମାମଲାକୁ କେନ୍ଦ୍ର କରି ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରି ନେଇଥିବା ଜଣା ପଡ଼ିଛି ।

Dailyhunt

ସୂଚନା ମୁତାବକ, ପୀଡ଼ିତା ମେ’ ୧୪ରେ ନିଜ ସଂପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ନେଇ ପରିବାର ଲୋକଙ୍କୁ ଜଣା ପଡ଼ିବା ପରେ ଦୁଇ ଅଭିଯୁକ୍ତକୁ କାବୁ କରି ନେଇଥିଲେ ପରିବାର ଲୋକେ । କିନ୍ତୁ ଅନ୍ୟ ଜଣେ ଖସିବାରେ ସଫଳ ହୋଇଥିଲା । ଦୁଇ ଜଣଙ୍କୁ ଧରି ପୀଡ଼ିତାଙ୍କ ପରିବାର ଲୋକେ ମାଡ଼ ମରିଥିବା ବେଳେପରଦିନ ସକାରେ ଜଣେ ଅଭିଯୁକ୍ତଙ୍କ ମୃତ ଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖା ଯାଇଥିଲା । ଯାହା ପରେ ଏହି ଘଟଣାକୁ ନେଇ ପୁଲିସ ଦୁଇଟି ଏତଲା ରୁଜୁ କରିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ପରିବାର ୩ଜଣଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିବା ବେଳେ ମୃତ ଅଭିଯୁକ୍ତର ପରିବାର ପୀଡ଼ିତାଙ୍କ ଭାଇ ଏବଂ ଅନ୍ୟମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧିତ ଖବର