ଭୁବନେଶ୍ବର: ‘ଗ୍ରିନ୍ ୱାର୍ଲଡ୍ ଟ୍ରଷ୍ଟ’ ପକ୍ଷରୁ ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ‘ମିସନ୍ ଗ୍ରିନ୍ ଡ୍ରାଇଭ୍-୨୦୧୯’ ଆଜିଠାରୁ ଆରମ୍ଭ ହୋଇଛି। ଆଜି ଏଜି କଲୋନି ଖେଳ ପଡ଼ିଆରେ ବୃକ୍ଷରୋପଣ କରାଯାଇ ଅଭିଯାନର ଆରମ୍ଭ କରାଯାଇଛି। ଏଠାରେ ୭୦୦ ପ୍ରକାର ବିଭିନ୍ନ ପ୍ରଜାତିର ଔଷଧୀୟ ଗଛ, ଫଳ ଓ କାଠ ଜାତୀୟ ଗଛ ଲଗାଯିବ। ବୃକ୍ଷରୋପଣ କରାଯିବା ସହ ତାହାର ଯତ୍ନ ନେଇ ବଡ଼ କରିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ ନାୟକ। ଆଗାମୀ ଦିନରେ ରାଜଧାନୀର ବିଭିନ୍ନ ଅଞ୍ଚଳର ସ୍କୁଲ୍, କଲେଜ ଓ ରାସ୍ତା କଡ଼ରେ ୭୦୦ ଗଛ ଲଗାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗଛ ଲଗାଇଥିଲେ। ପୂର୍ବତନ କର୍ପୋରେଟର୍ ନରେନ ସାହୁଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଖିମ୍ଜି ଫାଉଣ୍ଡେସନ୍ ଏହି ଅଭିଯାନରେ ସହଯୋଗ କରିଥିଲେ।