ଚିଟ୍‌ଫଣ୍ଡ କଂପାନୀର ୨ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କଂପାନୀର ୨ ଜଣ ନିର୍ଦ୍ଦେଶକ ଶୁକ୍ରବାର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ଏମ୍‌/ଏସ୍‌ ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେସ ଲିମିଟେଡର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ ଓ ଆକାଶଦୀପ ମଲ୍ଟି ପରପୋଜ୍‌ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ମହାନ୍ତିଙ୍କୁ ଇଓଡବ୍ଲୁ ଗିରଫ କରିଛି। ସୁରେଶଙ୍କ ଘର କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ ବନମାଳିପୁର ହୋଇଥିବା ବେଳେ ନିଆଳି ଥାନା ଅନ୍ତର୍ଗତ କନକଡଗଡ଼ିଆ ନିବାସୀ ହେଉଛନ୍ତି ସୁବାଷ।

ସମ୍ବନ୍ଧିତ ଖବର