ଫିଲ୍ମ ‘କ୍ୱାଥା’ରୁ ଆୟୁଷ ଶର୍ମାଙ୍କ ସହ ନଜର ଆସିବେ କ୍ୟାଟ୍ରିନାଙ୍କ ଭଉଣୀ ଇଜାବେଲ୍‌

ମୁମ୍ବାଇ : ଫିଲ୍ମ ‘ଲଭ୍‌ୟାତ୍ରୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତା ତଥା ସଲମାନ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା ଏବେ ଆଉ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ପ୍ରଥମ ଫିଲ୍ମଟି ଫ୍ଲପ୍‌ ହେବା ପରେ ଏବେ ସେ ନିଜକୁ ଆଉ ଏକ ସୁଯୋଗ ଦେବାକୁ ଯାଉଛନ୍ତି । ଆୟୁଷ ନିଜର ଦ୍ୱିତୀୟ ଫିଲ୍ମ ‘କ୍ୱାଥା’ ସାଇନ୍‌ କରିଥିବା ବେଳେ ଏଥିରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇଜାବେଲ କୈଫ୍‌ ।

ପ୍ରଥମେ ଫିଲ୍ମରେ ଆୟୁଷଙ୍କ ବିପକ୍ଷରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ନଜର ଆସିବେ ବୋଲି ସୂଚନା ମିଳିଥିଲା । କିନ୍ତୁ ଏବେ ଅଫରଟି ଇଜାବେଲଙ୍କୁ ମିଳିଛି । ଦୁହିଁଙ୍କ ଫଟୋ ଏକା ସାଙ୍ଗରେ ସାମ୍ନାକୁ ଆସିବା ପରେ ଖବରଟି ସ୍ପଷ୍ଟ ହୋଇଛି । ଏହା ପୂର୍ବରୁ ଇଜାବେଲ ଫିଲ୍ମ ‘ଟାଇମ୍‌ ଟୁ ଡ୍ୟାନ୍ସ’ରେ ସୂରଜ ପାଞ୍ଚୋଲିଙ୍କ ସହ କାମ କରି ସାରିଛନ୍ତି । ଯାହା ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇ ନାହିଁ । ଚଳିତବର୍ଷ ଶେଷକୁ ଫିଲ୍ମ ‘ଟାଇମ୍‌ ଟୁ ଡ୍ୟାନ୍ସ’ ରିଲିଜ୍‌ ହୋଇପାରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର