ପଶ୍ଚିମ ଓଡ଼ିଶାର ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାସକୁ ଗିରଫ କଲା ପୁଲିସ !

ବରଗଡ଼: ପଶ୍ଚିମ ଓଡ଼ିଶାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାସକୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଖାସ କରି ବରଗଡ଼ ଏବଂ ବଲାଙ୍ଗୀର ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅମିତ ଦାସକୁ ଆଜି ଭୋର ସମୟରେ ଗିରଫ କରାଯାଇଛି । ବିଜେପୁର ଉପନିର୍ବାଚନ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଅମିତ ଭଟଲି ଓ ଅମ୍ବାଭୋନା ବ୍ଲକର ସୀମାନ୍ତରେ ଥିବା ସମ୍ବରଧରା ଅଞ୍ଚଳରେ ଥିବାର ଖବର ପାଇ ସ୍ପେସାଲ ଟାସକ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସେ ପୁଲିସ ଉପରକୁ ପ୍ରଥମେ  ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ତାପରେ ଅମିତ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା ।

Image result for bargarh p s
image source-youtube

କିନ୍ତୁ ପୁଲିସ ତା’ର ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲା ବୋଲି କୁହାଯାଉଛି। ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାସଙ୍କ ନାଁରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡ଼ିଛି । ସେ ଦାଦାବଟି ଆଦାୟ, ଡକାୟତି ଏବଂ ଅପହରଣ ଆଦି ଅଭିଯୋଗରେ ଅଭିଯୁକ୍ତ ଥିବା ହେତୁ ଦୀର୍ଘଦିନ ଧରି ପୁଲିସ ତାକୁ ଖୋଜୁଥିଲା।

 

 

 

 

ସମ୍ବନ୍ଧିତ ଖବର