ସପ୍ତାହେ ପୂର୍ବରୁ ଘର ଛାଡ଼ି ଚାଲିଯାଇଥିବା ଦୁଇ ନାବାଳକ-ନାବାଳିକାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୁଲିସ

ମଚିଲିପଟ୍‌ନମ : ସପ୍ତାହେ ପୂର୍ବରୁ ସୁଖର ସଂସାର କରିବା ପାଇଁ ଘରୁ ଫେରାର ହୋଇଥିଲେ । କିନ୍ତୁ ସପ୍ତାହକ ମଧ୍ୟରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା । ବିବାହ କରି ରହିବା ପରିବର୍ତ୍ତେ ଏବେ ଏକ ଘରେ ଦୁହିଁଙ୍କର ମୃତଦେହ ମିଳିଛି । ଏହି ଖବରର ପ୍ରସାର ହେବା ପରେ ଦୁହିଁଙ୍କ ପରିବାର ଲୋକଙ୍କୁ ଖବରଟି ଆଶ୍ଚର୍ଯ୍ୟ କରିଛି । ତେକେ କିଏ ଓ କେଉଁ ଉଦ୍ଦେଶ୍ୟରେ ଦୁହିଁଙ୍କୁ ହତ୍ୟା କଲା ବା ଦୁହେଁ ଆତ୍ମହତ୍ୟା କରିଛନ୍ତି କି? ଏ ପ୍ରଶ୍ନର ଉତ୍ତର ଏବେ ପୁଲିସ ଖୋଜିବାରେ ଲାଗି ପଡ଼ିଛି ।

Image result for andhra-minor-boy-and-girl-who-reportedly-eloped-week-ago-found-dead
Deccan Herald

ସୂଚନା ମୁତାବକ, ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ । ଦୁହେଁ ଅକ୍ଟୋବର ୨୦ରେ ଘର ଛାଡ଼ି ଚାଲି ଯାଇଥିଲେ । ସପ୍ତାହ ପରେ ବନ୍ତୁମିଲି ମଣ୍ଡଳରେ ଥିବା ଜୟପୁରମ୍‌ ଗାଁରେ ଥିବା ଏକ ଘରେ ଦୁହିଁଙ୍କର ଶବ ମିଳିଛି । ନାବାଳକର ଶବ ଘରେ ଥିବା ପଙ୍ଖାରେ ଝୁଲୁଥିବା ବେଳେ ନାବାଳିକାକୁ ବିଷ ଦିଆଯାଇଥିବା କହିଛି ପୁଲିସ । ଖବର ପାଇ ନାବାଳିକାର ପରିବାର ଲୋକେ ଏ ନେଇ ପୁଲିସକୁ ସୂଚନା ଦେବା ପରେ ଏବେ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର