କଳିଙ୍ଗା ଘାଟିରୁ ଲୁଟ ହୋଇଥିବା କାର ଉଦ୍ଧାର, ଲୁଟେରା ଫେରାର

ଘୁ.ଉଦୟଗିରି: କଳିଙ୍ଗା ଘାଟିରୁ ଲୁଟ ହୋଇଥିବା ଏକ ହଣ୍ଡା ଏକ୍ସସେଣ୍ଟ କାରକୁ ପୁଲିସ ସୋମବାର ଉଦ୍ଧାର କରିଛି।
ପ୍ରାପ୍ତ ସୂଚନାନୁସାରେ, ଗତ ଅକ୍ଟୋବର ୩୧ ତାରିଖ ଦିନ ଏକ ହଣ୍ଡା ଏକ୍ସସେଣ୍ଟ କାର ନମ୍ବର ଓଡି୦୨ଏପି ୩୮୪୦ ଫୁଲବାଣୀରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟିରେ ଏକ ଗାଡ଼ିରେ କିଛି ଦୁର୍ବୃତ୍ତ ମୁହଁରେ ମୁଖା ବାନ୍ଧି ହଠାତ ଗାଡି ସମ୍ମୁଖକୁ ଆସି ଗାଡିଚାଳକ ମୁଣ୍ଡରେ ପିସ୍ତଲ ଲଗେଇ ଗାଡ଼ି ଅଟକାଇଥିଲେ।

ଏହାପରେ କାରଟିକୁ ଲୁଟି ଘଟଣାସ୍ଥଳରୁ ପଳେଇଯାଇଥିଲେ। କାର ମାଲିକ କୃଷ୍ଣ ଚନ୍ଦ୍ର ନାୟକ ସ୍ଥାନୀୟ ଥାନାରେ ଏହି ଲୁଟ ନେଇ ଏକ ଲିଖିତ ମାମଲା ରୁଜୁ କରିଥିଲେ। କେଶ ନଂ୧୨୦/୧୯ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ କାରଟି ଭୁବନେଶ୍ୱର ଓଲାରେ ଭଡା ସୂତ୍ରରେ ଲାଗିଥିଲା। ଲୁଟେରା କାରଟିକୁ ଲୁଟି କରି ନେଇଯାଇଥିଲେ ହେଁ ଧରପଡି ଯିବା ଭୟରେ ଟିକାବାଲିରେ ଏକ ପଡିଆରେ ଛାଡି ଚାଲିହାଇଥିଲେ।

ଗତକାଲି ସ୍ଥାନୀୟ ଥାନା ଆଇଆଇସି ଧିରାଜ ଲେଙ୍କା ଖବର ପାଇ ଟିକାବାଲି ଫୁଲବାଣୀ ରାସ୍ତା ଆଗକୁ ଏକ ପଡ଼ିଆରୁ କାରଟିକୁ ଠାବ କରିଥିଲେ।

ସମ୍ବନ୍ଧିତ ଖବର