ଖଣ୍ଡପଡ଼ାରେ ବିଜେଡ଼ି ପ୍ରତିଷ୍ଠା ଦିବସରେ ଯୋଗଦେଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ନୟାଗଡ: ଖଣ୍ଡପଡା ନିର୍ବାଚନମଣ୍ଡଳୀ ବନମାଳିପୁରଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପଂଚୁଦୋଳପଡିଆରେ ଆୟୋଜିତ ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ଖଣ୍ଡପଡା ନିର୍ବାଚନମଣ୍ଡଳୀର  ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନେତାମାନେ କହିଛନ୍ତି, ଖଣ୍ଡପଡାରେ ବିଜେଡ଼ି ଏକ ମହାଦ୍ରୁମରେ ପରିଣତ ହୋଇଛି । ଏହି ନିର୍ବାଚନମଣ୍ଡଳୀକୁ ରାଜ୍ୟର ୧ ନମ୍ବର ନିର୍ବାଚନମଣ୍ଡଳୀ କରାଯିବ ବୋଲି ମତପ୍ରକାଶ ପାଇଛି । ଏଠାରେ ସୂଚନା ଥାଉ କି ଆଜି ୨୩ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ ।

ବିଜେଡ଼ି ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ପାଳନ କରାଯାଉଛି । ଏ ନେଇ ଆଜି ଭୁବନେଶ୍ବରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପାଳନ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

ଏହି ଅବସରରେ ସମସ୍ତଙ୍କ ନଜର ରହିଛି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର କର୍ମୀ ଏବଂ ନେତାଙ୍କୁ କ’ଣ ବାର୍ତ୍ତା ଦେଉଛନ୍ତି । ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଥିବା ବେଳେ ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ତେଣୁ ଆଶା କରାଯାଉଛି କର୍ମୀଙ୍କ ଉଦ୍ଦେଶ୍ୟରେ କିଛି ବଡ଼ ଘୋଷଣା କରିପାରନ୍ତି ନବୀନ । ୧୯୯୭ ମସିହା ଆଜିର ଦିନରେ ବିଜୁ ଜନତା ଦଳ ଗଠନ ହୋଇଥିଲା ।

ସମ୍ବନ୍ଧିତ ଖବର