ମାଲ୍ ପରିବହନ ପାଇଁ ରେଳବାଇର ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ତାଲାବନ୍ଦ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ସହ ଲଜିଷ୍ଟିକ୍ ସହାୟତା ଯୋଗାଇଦେବା ଲାଗି ରେଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ମଧ୍ୟରେ ପଣ୍ୟ ଓ ପାର୍ସଲ୍ ଟ୍ରାଫିକ୍ କ୍ଷେତ୍ରରେ ବିଳମ୍ବ ଶୁଳ୍କ, ରହଣି ମାହାସୁଲ, ଗଦା ମାରିବା, ଦୃଢ଼କରି ରଖିବା ଓ କଣ୍ଟେନର୍ ଟ୍ରାଫିକ୍ ନିମନ୍ତେ ବିଳମ୍ବ ଶୁଳ୍କ, ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି କରିବ ନାହିଁ। ଏହି ନିର୍ଦ୍ଦେଶାବଳୀ ଗତ ମାର୍ଚ୍ଚ ୨୨ରୁ ମେ’ ୩ ମଧ୍ୟରେ ଲାଗୁ ହେବ। ଉପଭୋକ୍ତାଙ୍କୁ ଗୁଡ୍‌ସେଡ୍‌କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜୀକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍‌ଟ୍ରୋନିକ୍ ପଞ୍ଜୀକରଣ (ଇଆଇଡି), ଇଲେକ୍‌ଟ୍ରୋନିକ୍ସ ଟ୍ରାନ୍‌ସ୍‌ମିସନ୍ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା(ଫୋଏସ୍‌) ମାଧ୍ୟମରେ ରେଲୱେ ରସିଦ୍ ପ୍ରଦାନ ଓ ପଣ୍ୟ ବିତରଣ ଇଟିଆର୍‌ଆର୍‌ର ଇ-ସରେଣ୍ଡର ମାଧ୍ୟମରେ କରାଯିବ। ଏହି ସୁବିଧା ପଣ୍ୟ ସହାୟତାକାରୀ, ଲୌହ, ଇସ୍ପାତ, ଲୁହାପଥର ଓ ଲୁଣ ପରିବହନକୁ ମଧ୍ୟ ଯୋଗାଇ ଦିଆଯିବ।

ଇଲେକ୍‌ଟ୍ରୋନିକ୍ସ ପଞ୍ଜୀକରଣ ଦ୍ୱାରା ରେଲୱେ ରସିଦ୍(ଇଟିଆର୍‌ଆର୍‌)ର ଇ-ସରେଣ୍ଡର ଦ୍ୱାରା ସାମଗ୍ରୀ ପ୍ରଦାନ କରାଯାଇଛି। ସେଠାରେ ଯେତେଦୂର ସମ୍ଭବ ଇଲେକ୍‌ଟ୍ରୋନିକ୍ସ ରେଲୱେ ରସିଦ୍ ପ୍ରଦାନ କରାଯିବ। ଯଦି ଇଲେକ୍‌ଟ୍ରୋନିକ୍ସ ରହିତ ରେଲୱେ ରସିଦ୍ (ଯେପରି ପେପର୍ ଆର୍‌ଆର୍‌) ହୋଇଥିବ ତେବେ ମାଲ୍‌ଗ୍ରହିତା ବା ନେବା ବ୍ୟକ୍ତିର ନାମ, ପଦବି, ଆଧାର କାର୍ଡ, ପାନ୍‌, ଜିଏସ୍‌ଟିଏନ୍ ନମ୍ବର ମାଲ୍ ପ୍ରେରକଙ୍କଠାରୁ ନିଆଯାଇ ଲକ୍ଷ୍ୟ ସ୍ଥାନକୁ ଜଣାଇ ଦିଆଯିବ। ଟ୍ରେନ୍ ପରିଚାଳନା ପଦ୍ଧତି (ଟିଏମ୍‌ଏସ୍‌)ରେ ଏହାର ସମୁଦାୟ ଯାଞ୍ଚ କଲା ପରେ ସାମଗ୍ରୀ ପ୍ରଦାନ କରାଯିବ। ରେଲୱେ ରସିଦ୍‌ର ଫାକ୍ସ/ସ୍କାନ୍‌ଡ୍‌/ଫଟୋ କପି ରଖିବା ସହିତ ଯଦି କୌଣସି ପ୍ରକାର ଦାବି ଉଠେ ସେଥିପାଇଁ ଦାୟୀ ରହିବି ବୋଲି ଏକ ବିନାଷ୍ଟାମ୍ପ୍‌ରେ କ୍ଷତିପୂରଣ ନୋଟ୍ ସଂଗ୍ରହ କରାଯିବ।

କଣ୍ଟେନର୍ ଟ୍ରାଫିକ୍‌କୁ ଉତ୍ସାହିତ କରିବାକୁ ନୀତି ନିର୍ଦ୍ଧାରଣ କରାଯାଇଛି। ମାର୍ଚ୍ଚ ୨୪ରୁ ମେ’ ୩ ପର୍ଯ୍ୟନ୍ତ ଖାଲି କଣ୍ଟେନର୍ ଓ ଖାଲି ଫ୍ଲାଟ୍‌ସ ଚଳାଚଳ ପାଇଁ ଚଳାଚଳ ଖର୍ଚ୍ଚ ଉପରେ କର ଧାର୍ଯ୍ୟ କରାଯିବ ନାହିଁ। କଣ୍ଟେନର୍ ଟ୍ରାଫିକ୍ ପାଇଁ ବ୍ୟୟ କରିବାକୁ ହବ୍ ଓ ସ୍ପୋକ୍ ପଦ୍ଧତିରେ ରିହାତି ଦିଆଯିବ। କରୋନା ଭୂତାଣୁର ପ୍ରଭାବ ଫଳରେ ବୋଝେଇ ମାଲ୍ ଖଲାସ ପାଇଁ ବିଳମ୍ବ ଯୋଗୁଁ ଇନ୍‌ଲାଣ୍ଡ୍ କଣ୍ଟେନର୍ ଡିପୋ (ଆଇସିଡି) ବାଧାପ୍ରାପ୍ତ ହୋଇଥିବା ଦୃଷ୍ଟିରୁ ଟେଲିସ୍‌ସ୍କୋପିକ୍ ସୁବିଧା ପାଇବା ପାଇଁ ୫ରୁ ୧୫ ଦିନକୁ ଏହାର ଲିମିଟ୍ ବଢ଼େଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଏପ୍ରିଲ ୧୬ରୁ ମେ’ ୨୦ ଯାଏ ବଳବତ୍ତର ରହିବ।

ମାଲ୍ ପରିବହନରେ ମଧ୍ୟ କୋହଳ କରାଯାଇଛି। ଅନ୍ତଃଜୋନ୍ ଓ ଜୋନାଲ୍‌ ମାଧ୍ୟମ ଟ୍ରାଫିକ୍ ନିମନ୍ତେ ୬୦୦ କିମିର ମିନିରେକ୍(ଜୋନାଲ୍ ମାଧ୍ୟମ ଟ୍ରାଫିକ୍ ପାଇଁ ୧୦୦୦ କିମି) ଥିବା ଦୂରତା ଅବରୋଧକୁ ୧୫୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରେକ୍ ବୋଝେଇର ଦୁଇ ସ୍ଥାନରୁ ବିନା ଭିଡ଼ ସମୟରେ ୨୦୦ କିମି ଓ ଭିଡ଼ ସମୟରେ ୪୦୦ କିମି ଦୂରତା ଅବରୋଧକୁ କୋହଳ କରି ବର୍ତ୍ତମାନ ୫୦୦ କିମି ପର୍ଯ୍ୟନ୍ତ ଯେକୌଣସି ସମୟରେ ମାଲ୍ ପରିବହନ କରିହେବ। ଟ୍ରେନ୍ ଲୋଡ୍‌ ସୁବିଧା ଅନୁଯାୟୀ ସର୍ବନିମ୍ନ ନମ୍ବର ୱାଗନ୍ ବୋଝେଇକୁ ବର୍ତ୍ତମାନ ବିସିଏନ୍‌ଏଚ୍‌ଏଲ୍ ୱାଗନ୍ ୫୭ଟି ରୁ ୪୨ଟି ୱାଗନ୍‌କୁ କମ୍ କରାଯାଇଛି। ଯାହା ମୁଖ୍ୟତଃ ଖାଦ୍ୟଶସ୍ୟ, କୃଷିଜାତ ଉତ୍ପାଦ ପିଆଜ ଇତ୍ୟାଦି ନିମନ୍ତେ ବ୍ୟବହାର କରାଯାଉଥିଲା। ଏହି କୋହଳ ବ୍ୟବସ୍ଥା ୩୦ ସେପ୍ଟେମ୍ବର, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସମ୍ବନ୍ଧିତ ଖବର