ଭନଙ୍କ ସର୍ବକାଳୀନ ଶ୍ରେଷ୍ଠ ‘ଚନ୍ଦା ଏକାଦଶ’ରେ ସେହବାଗ

ଲଣ୍ଡନ : ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଏକ ନିଆରା ସର୍ବକାଳୀନ ଶ୍ରେଷ୍ଠ ଟେଷ୍ଟ୍ ଏକାଦଶ ବାଛିଛନ୍ତି। ଏଥିରେ ସେ କେବଳ ଚନ୍ଦା ଖେଳାଳିଙ୍କୁ ସାମିଲ କରିଛନ୍ତି। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଏହି ଦଳର ଅଧିନାୟକ ଭାବେ ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କୁ ବାଛିଛନ୍ତି। ଭନ୍ ପ୍ରଥମେ ନିଜ ଦେଶର ମହାନ ଖେଳାଳି ଗ୍ରାହାମ ଗୁଚ୍ ଓ ଦକ୍ଷିଣ ଆଫ୍ରିକାର ହରଶ୍ଚେଲ ଗିବ୍ସଙ୍କୁ ପ୍ରାରମ୍ଭିକ ଯୋଡ଼ିଭାବେ ବାଛିଥିଲେ। ହେଲେ ପ୍ରଶଂସକଙ୍କ ମତ ନେବା ପରେ ଗିବ୍ସଙ୍କୁ ବାହାର କରି ତାଙ୍କ ସ୍ଥାନରେ ସେହବାଗଙ୍କୁ ରଖିଥିଲେ। ଦଳ: ଗ୍ରାହାମ ଗୁଚ୍, ବୀରେନ୍ଦ୍ର ସେହବାଗ, ହାସିମ ଆମଲା, ଡାରେନ୍ ଲିମ୍ୟାନ୍, ଜୋନାଥନ ଟ୍ରଟ୍, ବ୍ରାଏନ କ୍ଲୋଜ୍ (ଅଧିନାୟକ), ମ୍ୟାଟ୍ ପ୍ରାୟର, ଡଗ୍ ବଲିଞ୍ଜର, ରାଣା ନାଭିଦୁଲ ହାସନ, ନାଥନ ଲାୟନ, ଜ୍ୟାକ୍ ଲିଚ୍/କ୍ରିସ୍ ମାର୍ଟିନ।

ସମ୍ବନ୍ଧିତ ଖବର