ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଏବର୍ଷ ଲଞ୍ଚ୍ କରିଥିବା ବିଭିନ୍ନ ସ୍ମାର୍ଟଫୋନ ମଧ୍ୟରୁ ଏମଆଇ ଏ-୧ ଆଣ୍ଡ୍ରଏଡ୍ ଓ୍ଵାନ ସ୍ମାର୍ଟଫୋନଟି ବେଶ ଚର୍ଚ୍ଚିତ ହୋଇଛି । ଆଜିକାଲି ଏହା ଚର୍ଚ୍ଚିତ ହେବାର ଆଉ ଗୋଟିଏ ମୁଖ୍ୟ କାରଣ ହେଉଛି ନିକଟରେ ଏହି ସେଟ୍ଗୁଡ଼ିକରେ ଆଣ୍ଡ୍ରଏଡ୍ ୮.୦ ଓରିଓ ବିଟା ପରୀକ୍ଷାମୂଳକ ଭାବେ ଲଗାଯାଇଛି । ଆଗାମୀ ଦିନରେ ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ୍ ୮.୦ ଓରିଓ ବିଟା ଭର୍ସନ ସହ ଆସିବ, ଯଦ୍ୱାରା ଏଥିରେ ବିଭିନ୍ନ ଆପ୍ ଡାଉନଲୋଡ ଓ ଇନଷ୍ଟଲେସନ ଅତି ଶୀଘ୍ର ହୋଇପାରିବ ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ସ୍ମାର୍ଟ ଫୋନର ଆଉ ଏକ ନୂଆ ଫିଚର ହେଉଛି ଏହାର ଦ୍ରୁତ ଚାର୍ଜିଂ ସମୟ । ଏହି ଫାଷ୍ଟଚାର୍ଜିଂ ବ୍ୟବସ୍ଥାକୁ କମ୍ପାନି ଏବେ ପରୀକ୍ଷାମୂଳକଭାବେ ଏ-୧ରେ ବ୍ୟବହାର କରୁଛି । ଅନ୍ୟସ୍ମାର୍ଟଫୋନ ଫୁଲ ଚାର୍ଜ ହେବା ପାଇଁ ଅତିକମରେ ଦୁଇଘଣ୍ଟାରୁ ଅଧିକ ସମୟ ନେଉଥିବାବେଳେ, ଏହି ସ୍ମାର୍ଟଫୋନଟି ମାତ୍ର ୯୨ ମିନିଟରେ ଫୁଲ୍ ଚାର୍ଜ ହୋଇପାରିବ । ଏହି ମଡେଲରେ ଏହି ପରୀକ୍ଷଣଟି ସଫଳ ହେଲେ ଅନ୍ୟ ମଡେଲ ଗୁଡିକରେ ମଧ୍ୟ ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ଲାଗୁ କରାଯିବ । ଏହାଫଳରେ ଏମଆଇ ଫୋନଗୁଡ଼ିକ ନିଜର ପ୍ରତିଦ୍ୱନ୍ଦୀଙ୍କ ବ୍ରାଣ୍ଡ ଗୁଡ଼ିକ ତୁଳନାରେ ଅଧିକ ଦ୍ରୁତ ରହିବ । ଏବେ ବଜାରରେ ଏହି ଫୋନଟି ୧୩,୯୯୦ ଟଙ୍କାରେ ମିଳୁଛି । ପୂର୍ବରୁ ଏହାର ମୂଲ୍ୟ ୧୪,୯୯୦ ଟଙ୍କାଥିବାବେଳେ ଚଳିତମାସ ଆରମ୍ଭରେ ଏହାର ଦର ୧୦୦୦ ଟଙ୍କା ହ୍ରାସ ପାଇଥିଲା । ଏହି ପ୍ରାଇସ୍ରେ ଆଣ୍ଡ୍ରଏଡ୍ ଓପିଓ ଥିବା ଏହି ଏ-୧ ଫୋନଟି ବଜାରରେ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ତୁଳନାରେ ବେଶ ଆକର୍ଷଣୀୟ ହୋଇପଡିଛି