ସ˚କଟରେ ସ˚କଟ

ହୃଦୟର˚ଜନ ଶତପଥୀ

ଆମେ ସମସ୍ତେ ଜାଣୁ ଯେ ଦେଶ ବର୍ତ୍ତମାନ ତିନିଟି ସ˚କଟ ଦେଇ ଗତି କରୁଛି। ପ୍ରଥମଟି କରୋନା ସ˚କଟ, ଦ୍ବିତୀୟରେ ଆର୍ଥିକ ସ˚କଟ ଏବ˚ ତୃତୀୟରେ ନିରାପତ୍ତା ସ˚କଟ। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା, ଆମ ରାଜ୍ୟରେ ଏବେ ସ˚କଟ ମଧ୍ୟ ସ˚କଟରେ ପଡ଼ିଗଲା ଭଳି ମନେ ହେଉଛି।

ସକାଳୁ ଉଠି ଖବରକାଗଜର ପୃଷ୍ଠା ଓଲଟାଇଲା ବେଳେ ଦୁଇଟି ଶିରୋନାମାରେ ନଜର ପଡ଼ିଲା। ଆଜିଠୁ ଖୋଲିବ ମଦ ଦୋକାନ ଏବ˚ ସ୍କୁଲ, କଲେଜ, କୋଚି˚ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ। ଆଗରୁ ନିଷ୍ପତ୍ତି ହୋଇଥିଲା ଯେ କରୋନା ପରିସ୍ଥିତିରେ ମଦ ଦୋକାନ ବନ୍ଦ ରହିବ। ଗରାଖମାନେ ଚାହିଁଲେ ଅନ୍‌ଲାଇନ୍‌ରେ ମଗାଇ ପାରିବେ ଏବ˚ ସେମାନଙ୍କୁ ହୋମ୍‌ ଡେଲିଭରି କରି ଦିଆଯିବ। ବୋଧହୁଏ ହୋମ୍‌ ଡେଲିଭରିରେ କାରବାର ଭଲ ଚଳିଲା ନାହିଁ। ତେଣୁ ନିୟମ ବଦଳିଗଲା। କିନ୍ତୁ ଏପଟେ ଶିକ୍ଷାନୁଷ୍ଠାନମାନଙ୍କର କ୍ଲାସ୍‌ରୁମ୍‌ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଗଲା। କୁହାଗଲା ପିଲାମାନଙ୍କୁ ପାଠ ଅନ୍‌ଲାଇନ୍‌ରେ ‘ହୋମ୍‌ ଡେଲିଭରି’ କରି ଦିଆଯିବ। ଅବଶ୍ୟ ଏହା ଏକ ଭିନ୍ନ କଥା ଯେ ସ୍କୁଲ ଓ କଲେଜ ଇତ୍ୟାଦି ଛଅ ମାସ ବନ୍ଦ ରହିଲେ ରାଜସ୍ବର ବିଶେଷ କ୍ଷତି ହେବ ନାହିଁ।

ନିକଟରେ ଜଣେ ବନ୍ଧୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବସ୍‌ରେ ଛାଡ଼ିବା ପାଇଁ ରାଜଧାନୀର ବରମୁଣ୍ତାସ୍ଥିତ ସରକାରୀ ବସ୍‌ଷ୍ଟାଣ୍ତ୍‌କୁ ଯାଇଥିଲେ। କିନ୍ତୁ ରାଜ୍ୟର ଏହି ପ୍ରମୁଖ ବସ୍‌ଷ୍ଟାଣ୍ତ୍‌ରେ ଗୋଟିଏ ହେଲେ ସରକାରୀ ବସ୍‌ର ଦୃଶ୍ୟ ହେଲା ନାହିଁ। ଚାରିଆଡ଼େ ମାଳ ମାଳ ବେସରକାରୀ ବସ୍‌। ସବୁ ସରକାରୀ କାଉଣ୍ଟର ବନ୍ଦ। ବଡ଼ କଷ୍ଟରେ ଅଧା ଖୋଲାଥିବା ଗୋଟିଏ କାଉଣ୍ଟର ଭିତରୁ ଉତ୍ତର ମିଳିଲା, ‘ସରକାରୀ ବସ୍‌ କେବେ ଚାଲିବ କହି ହେବ ନାହିଁ। ଆପଣ ପ୍ରାଇଭେଟ୍‌ ବସ୍‌ କାଉଣ୍ଟରକୁ ଯାଆନ୍ତୁ। ବନ୍ଧୁ ଜଣକ ପ୍ରାଇଭେଟ୍‌ ବସ୍‌ କାଉଣ୍ଟରକୁ ଯାଇ ପଚାରିଲା ବେଳକୁ ଉତ୍ତର ମିଳିଲା, ‘ଆମ ବସ୍‌ରେ ୫୦ଟି ସିଟ୍‌। ଆମେ କେବଳ ୫୦ ଜଣ ଯାତ୍ରୀଙ୍କୁ ନେବୁ। ପ୍ରତ୍ୟେକ ସିଟ୍‌ରେ ଜଣେ ଲେଖାଏ ଯାତ୍ରୀ ବସି ଯାଇପାରିବେ। ଏଥିପାଇଁ ଆମକୁ ଅନୁମତି ମିଳିଛି। ପାଖରେ ଲଗାଲଗି ବସି ରାତି ସାରା ଯାତ୍ରା କଲେ କିପରି ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ବୁଝି ହେଲା ନାହିଁ। ଅନ୍ୟ ଉପାୟ ନ ପାଇ ବନ୍ଧୁ ଜଣକ ଯାତ୍ରୀ ଭିଡ଼ ଭିତରେ ସମ୍ପର୍କୀୟଙ୍କୁ ବସ୍‌ରେ ବସାଇ ଫେରିଲେ।

ଘରେ କିଛି ପରିବା ନ ଥିବାରୁ ବାଧୢ ହୋଇ ଭୟ ଓ ଆଶଙ୍କାରେ ଏକ ନମ୍ବର ହାଟ ଭିତରକୁ ପଶିଗଲା ବେଳକୁ ଦେଖାଗଲା ଲୋକ ହାଉହାଉ। ସରକାରଙ୍କ ସବୁ ନିୟମକୁ ଫୁ କରି ବିକ୍ରେତା ବିକ୍ରି କରିବାରେ ଲାଗିଛନ୍ତି ଏବ˚ କ୍ରେତା କିଣିବାରେ ବ୍ୟସ୍ତ। ତେଣୁ ଲୋକ ଗହଳି ଦେଖି ପଛକୁ ଫେରିଲା ବେଳକୁ ଗୋଟିଏ ପରିବା ବିକ୍ରି କରୁଥିବା ମଲ୍‌ଟିଏ ବାଟରେ ପଡ଼ିଲା। ମଲ୍‌ ଭିତରକୁ ଯିବା ପାଇଁ ଧାଡ଼ିରେ ଛିଡା ହେଲା ବେଳେ ଗେଟ୍‌ ସାମନାରେ ଥିବା ସହାୟକଟି କହୁଥିଲା, ଆଜ୍ଞା, ଏକା ଥରକେ କେବଳ ଛଅ ଜଣ ମଲ୍‌ ଭିତରକୁ ଯାଇ ପାରିବେ। ସେମାନେ ସଉଦା କିଣି ଆସିଲା ପରେ ଆପଣମାନେ ଭିତରକୁ ଯିବେ। ଆମେ କ’ଣ କରିବୁ? ବିଏମ୍‌ସିର ନିୟମ ଭଙ୍ଗ କଲେ ଆମକୁ ଜରିମାନା ଦେବାକୁ ପଡ଼ିବ।

କରୋନା ସ˚କଟରୁ ମୁକ୍ତିଲାଭ ପାଇଁ ଅତ୍ୟାବଶ୍ୟକ କରୋନା ସୁରକ୍ଷା କିଟ୍‌, ମାସ୍କ୍‌ ଏବ˚ ଭେଣ୍ଟିଲେଟରର ଆବଶ୍ୟକତାକୁ ଦେଖି ନିର୍ଦ୍ଧାରିତ ଦରରୁ ଅଧିକ ମୂଲ୍ୟରେ ବିଜ୍ଞବାବୁମାନେ ରାଜ୍ୟକୁ ସେ ସବୁ ମଗାଇଲା ପରେ ସରକାର ସ˚କଟରେ ପଡ଼ିଗଲେ। ମନ୍ତ୍ରୀ କହିଲେ, ‘ଆମ ପାଖରେ କରୋନା ପ୍ରତିକାର ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି। ତେଣୁ ଆମର ଆଉ ଆବଶ୍ୟକତା ନାହିଁ।’ ବିଜ୍ଞବାବୁମାନେ କହିଲେ, ‘ଆମେ ତ ଅର୍ଡର ଦେଇ ମଗାଇଛୁ। ଏବେ ଫେରାଇବୁ କେମିତି?’ ଏହି ସ˚କଟର ସମାଧାନ କେମିତି ହେଲା, ସ˚କଟମୋଚକମାନେ କେବଳ କହି ପାରିବେ।

ପରିଶେଷରେ ଆମ ରାଜ୍ୟରେ ପ୍ରଭୁ ଜଗନ୍ନାଥ ମଧ୍ୟ ସ˚କଟରେ ପଡ଼ିଗଲେ। ରଥଯାତ୍ରା ଯେତିକି ପାଖେଇ ଆସୁଥାଏ, ରାଜ୍ୟର ଅଗଣିତ ଭକ୍ତମାନଙ୍କର ଆଶା ଓ ଆଶଙ୍କା ସେତିକି ବଢ଼ୁଥାଏ। ସମସ୍ତଙ୍କର ଆଶା, ବିନା ଭକ୍ତରେ ମଧ୍ୟ ବଡ଼ ଦାଣ୍ତରେ ମହାପ୍ରଭୁ ରଥରେ ଗଡ଼ନ୍ତୁ। ମନ୍ଦିର ପରିଚାଳନା ସମିତି ବିନା ଭକ୍ତରେ ରଥଯାତ୍ରା କରାଯିବାର ନିଷ୍ପତ୍ତିକୁ ଅଣଦେଖା କରି ବିଜ୍ଞବାବୁମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଏହିଭଳି ତଥ୍ୟ ରଖିଲେ, ଯାହା ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଲେ ଓ କହିଲେ ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। କିନ୍ତୁ ଓଡ଼ିଶାର ଅଗଣିତ ଜଗନ୍ନାଥ ଭକ୍ତଙ୍କର ଭାବାବେଗର ସୁଅକୁ କିଏ ଅଟକାଇବ? ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ ପଡ଼ିଲା; ଅଦାଲତଙ୍କ ପୂର୍ବ ରାୟର ପୁନର୍ବିଚାର ଲାଗି ବଳିଷ୍ଠ ଯୁକ୍ତି ବଢ଼ାଗଲା। ଯାହା ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ନିଜର ନିଷ୍ପତ୍ତି ବଦଳାଇ ରଥଯାତ୍ରା ପାଳନ ପାଇଁ ଅନୁମତି ଦେଲେ। ଭକ୍ତମାନେ କହିଲେ, ଏହା ହିଁ ମହାପ୍ରଭୁଙ୍କର ମହା ଲୀଳା; ସତେ ଯେପରି ମହାପ୍ରଭୁ ମାନ୍ୟବର ବିଚାରପତିମାନଙ୍କୁ ଉଚିତ ମାର୍ଗଦର୍ଶନ ଦେଇ ନିଜକୁ ସ˚କଟ ମୁକ୍ତ କଲେ।

ତେବେ ଏହି ପରିପ୍ରେକ୍ଷୀରେ ଆମର ମତ ଯେ ରାଜ୍ୟକୁ ସ˚କଟମୁକ୍ତ କରିବା ପାଇଁ ରାଜ୍ୟର ବିଜ୍ଞ ସ˚କଟମୋଚକମାନଙ୍କୁ ମହାପ୍ରଭୁ ଜଗନ୍ନାଥ ଉଦିତ ମାର୍ଗ ଦର୍ଶନ ଦିଅନ୍ତୁ।

ଅବସରପ୍ରାପ୍ତ ଇ˚ରେଜୀ ପ୍ରାଧ୍ୟାପକ
ବିଜେବି କଲେଜ, ଭୁବନେଶ୍ବର
ମୋ: ୯୮୬୧୧୨୪୨୦୨

ସମ୍ବନ୍ଧିତ ଖବର