ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ସଦୈବ ଅଟଳ’ ସ୍ମାରକସ୍ଥଳୀରେ ପହଞ୍ଚି ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଟଳଜୀଙ୍କ ଉଲ୍ଲେଖନୀୟ ସେବାକୁ ଦେଶ ଭୁଲି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଭାରତ ରତ୍ନ ଅଟଳ ବିହାରୀ ବା‌ଜପେୟୀ ଦେଶପ୍ରେମ ଓ ଭାରତୀୟ ସଂସ୍କୃତିର ସ୍ବର ଥିଲେ ଏବଂ ସେ ଜଣେ ଉତ୍ସର୍ଗୀକୃତ ରାଜନେତା ଥିଲେ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍‌ କରିଛନ୍ତି। ଅଟଳଜୀଙ୍କ ଶାସନ କାଳରେ ଦେଶ ଉତ୍ତମ ଶାସନ ଦେଖିଥିଲା। ସର୍ବଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଜାତୀୟ ରାଜପଥ ବିକାଶ ପ୍ରକଳ୍ପ, ପୋଖରାନ ପରମାଣୁ ପରୀକ୍ଷଣ, କାର୍‌ଗିଲ ବିଜୟ ଭଳି ଅନେକ ସଫଳତା ଦେଶ ଦେଖିଥିଲା ବୋଲି ଶାହ କହିଛନ୍ତି। ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଦେଶ ସୁଶାସନ ଅନୁଭବ କରୁଛି ବୋଲି ଶାହ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର