ଭୁବନେଶ୍ବର : ସର୍ବଭାରତୀୟ ସ୍ତରର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ନାଇଜର) ପାଠ୍ୟକ୍ରମରେ ନାମଲେଖା ଲାଗି ଦେଶରେ ଅନୁଷ୍ଠିତ ନେଷ୍ଟ (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଫଳ ଗତକାଲି ପ୍ରକାଶ ପାଇଛି। ଏଥର ନାମଲେଖା ଲାଗି ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷା ଦେଶର ୯୦ଟି ସହରରେ ଅନୁଷ୍ଠିତ ହୋଇଥିଲା। ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮୨୩ ଜଣଙ୍କୁ ରୢାଙ୍କ୍ ମିଳିଛି। ଏଥିରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିରରୁ ଦ୍ବାଦଶ ଶ୍ରେଣୀରେ ପାସ୍ କରିଥିବା ବିକାଶ ଅଗ୍ରୱାଲ ଓଡ଼ିଶା ଟପର୍ ହେବା ସହ ସର୍ବଭାରତୀୟସ୍ତରରେ ୨୦ତମ ସ୍ଥାନରେ ରହିଛନ୍ତି। ବିକାଶ ହେଉଛନ୍ତି ବ୍ରହ୍ମପୁରର ସହରର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡ. ସୁନୀଲ ଅଗ୍ରୱାଲ ଓ ସୁନିତା ଅଗ୍ରୱାଲଙ୍କର ପୁଅ ତଥା ବାଲୁଗାଁ ନିବାସୀ କହ୍ନେୟାଲାଲ ଅଗ୍ରୱାଲ ଏବଂ ବିଶ୍ବନାଥ ଚନ୍ଦୁକାଙ୍କ ନାତି।
Sambad is now on WhatsApp
Join and get latest news updates delivered to you via WhatsApp
ବିକାଶଙ୍କ ଏହି ସଫଳତା ପାଇଁ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟା ମନ୍ଦିରର ବହୁ ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକଙ୍କ ସମେତ ପରିଚାଳନା କମିଟିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡ. ହରେକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ଯୁଗ୍ମ ସମ୍ପାଦିକା ମମତା ପାଣିଗ୍ରାହୀ, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତୀ ବେହେରା, ଅଧ୍ୟକ୍ଷ ଏସ୍. ମୋହନ ରାଓ, ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ଏବଂ ସୁବ୍ରତ କୁମାର ପାଣିଗ୍ରାହୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।