ଅଷ୍ଟମୀବଜାରକୁ ମାନ୍ଦା କଲା ବନ୍ଦ ଡାକରା, ବ୍ୟବସାୟୀ ନିରାଶ

ଦିନକ ପୂର୍ବରୁ ବୋହିନେଲେ ଡ୍ରେସ୍‌, ମିଠା

ବାଲେଶ୍ୱର : ରାତିପାହିଲେ ପ୍ରଥମାଷ୍ଟମୀ। ଏଥିପାଇଁ ବଜାରେ ଖଚାଖଚ୍‌ ଭିଡ଼। କେଉଁଠି ମିଠାଦୋକାନରେ ତ କେଉଁଠି ଡ୍ରେସ୍‌ ଏବଂ ସପିଂମଲରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି। ଯଦିଓ ପ୍ରଥମାଷ୍ଟମୀ ପାଇଁ ୩/୪ ଦିନ ପୂର୍ବରୁ ବଜାରରେ ଗ୍ରାହକଙ୍କ ଭିଡ଼ ଆରମ୍ଭ ହୋଇଥାଏ, ପ୍ରଥମାଷ୍ଟମୀ ଦିନ ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ମଙ୍ଗଳବାର ଦିନତମାମ୍‌ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାରୁ ଦିନକପୂର୍ବରୁ ଆଜି ବାଲେଶ୍ବର ସହରର ମିଠା ଓ ଡ୍ରେସ୍‌ ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ଲାଗିରହିଥିଲା। ଏପରିକି ରାତି ପ୍ରାୟ ସାଢ଼େ ୧୦ଟା ୧୧ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସପିଂ‌ମଲରେ ଗ୍ରାହକଙ୍କ ନାହିଁନଥିବା ଭିଡ଼ ରହିଥିଲା।

ଆସନ୍ତାକାଲି ସମସ୍ତ ଦୋକାନବଜାର ଏବଂ ଯାନବାହାନ ଚଳାଚଳ ବନ୍ଦ ରହୁଥିବାରୁ ପ୍ରଥମାଷ୍ଟମୀ ବଜାର ଏକପ୍ରକାର ମାନ୍ଦା ପଡ଼ିଥିବା ଜଣାପଡ଼ିଛି। ସେହିପରି ପେଟ୍ରୋଲପମ୍ପଗୁଡ଼ିକରେ ବି ସମାନଚିତ୍ର ଦେଖାଯାଇଥିଲା। ‌ତେଲ ପକାଇବା ପାଇଁ ଶତାଧିକ ବାଇକର୍‌ ତେଲଟାଙ୍କିଗୁଡ଼ିକରେ ଲମ୍ବା ଲାଇନ୍‌ ଲଗାଇଥିଲେ।

ସମ୍ବନ୍ଧିତ ଖବର