ଚଳିତ ବର୍ଷ ଭାରତ କିଣିବ  ଇସ୍ରାଏଲ ନିର୍ମିତ ହେରନ ଡ୍ରୋନ, ଏୟାରବସ ସି-୨୯୫ ବିମାନ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପ୍ରତି ବିପଦ ବଢୁଥିବାରୁ ସରକାର ଚଳିତ ବର୍ଷ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିମାନ ଖରିଦ କରିବାକୁ ଯୋଜନା କରୁଛନ୍ତି  । ସେଗୁଡ଼ିକ ମଧ୍ୟରେ ରହିଛି ଇସ୍ରାଏଲ ନିର୍ମିତ ଲଢୁଆ ଡ୍ରୋନ, ଏୟାରବସ ସି-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ,ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ ଏମକେ୧-ଏ ଇତ୍ୟାଦି ।

ଇସ୍ରାଏଲଠାରୁ ଭାରତର ହେରନ ଡ୍ରୋନର ନୂଆ ସଂସ୍କରଣ କିଣିବାକୁ ଯୋଜନା କରୁଛି । ପୂର୍ବରୁ ଭାରତ ପାଖରେ ହେରନ ଡ୍ରୋନ ଅଛି । କିନ୍ତୁ ଇସ୍ରାଏଲ ଏବେ ଏହି ଡ୍ରୋନରେ କେତେକ ନୂଆ ପରିବର୍ତ୍ତନ ଆଣିଛି । ଏଗୁଡ଼ିକ ମାଧ୍ୟମରେ ଶତ୍ରୁ ପକ୍ଷ ଉପରେ ନଜର ରଖାଯାଉଛି । କିଛି ମାସତଳେ ଭାରତ ଲଦାଖସ୍ଥିତ ଏଲଏସିରେ ଏହି ଡ୍ରୋନକୁ ମୁତୟନ କରିଥିଲା । ନୂଆ ପ୍ରକାରର ଡ୍ରୋନଟି ଆହୁରି ଶକ୍ତିଶାଳୀ ଓ ସକ୍ଷମ ବୋଲି ଜଣାଯାଇଛି ।

ଏୟାରବସ କମ୍ପାନିଠାରୁ ପ୍ରାୟ ୫୬ଟି ସି-୨୯୫ ପରିବହନ ବିମାନ ଖରିଦ କରାଯିବ । ମେକ ଇନ ଇଣ୍ଡିଆ  କାର୍ଯ୍ୟକ୍ରମ ଅଧିନରେ ଏସବୁ ବିମାନର କିଛି ଅଂଶ ଭାରତରେ ନିର୍ମାଣ ହେବ । ଏହି ୫୬ଟି ବିମାନ ମଧ୍ୟରୁ ପ୍ରାୟ ୪୦ଟି ବିମାନ ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି ।

ସମ୍ବନ୍ଧିତ ଖବର