ବରଗଡ଼ : କାଉ, କୋଇଲି, ଘରଚଟିଆ, ପାରା ଭଳି ପକ୍ଷୀଙ୍କ କଳରବ ଆଉ ଆଗଭଳି ଶୁଭା ଯାଉନି। କେବଳ ବରଗଡ଼ ଜିଲ୍ଲା ନୁହଁ, ସବୁଠି ଏହି ସମସ୍ୟା। ତେବେ ବରଗଡ଼ ଜିଲ୍ଲାରେ ଏହି ସମସ୍ୟା ଗୁରୁତର ହେବାକୁ ଲାଗିଛି। ସହରାଞ୍ଚଳରେ ଘରଚଟିଆ ୨୦୦୬ ମସିହାରୁ ଉଭାନ ହେବାକୁ ଲାଗିଛନ୍ତି। ୩-ଜି ପରମ୍ପରା ଆରମ୍ଭ ହେବା ଦିନରୁ କିଛି ପକ୍ଷୀ ପ୍ରଜାତି ଲୋପ ପାଇବାକୁ ଲାଗିଛନ୍ତି। ଏବେ ୪-ଜି ଯୁଗ ଚାଲିଛି। ୩-ଜି ତୁଳନାରେ ୪-ଜି ଆହୁରି ମାରାତ୍ମକ ସାବ୍ୟସ୍ତ ହୋଇଛି। ମାଇକ୍ରୋେଵବ ବିକିରଣ ପ୍ରଭାବରେ ଛୋଟ ପକ୍ଷୀ ଏବ˚ ମହୁମାଛି ପଲ ଗାଁ ଏବଂ ସହର ଛାଡ଼ି ଜଂଗଲ ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଉଭୟ ରବି ଏବଂ ଖରିଫ ଋତୁରେ ପ୍ରଚୁର ଚାଷ ହେଉଛି। ଜମିରେ ବାରମ୍ବାର କୀଟନାଶକ ସିଂଚନ ଏବଂ ସାର ପ୍ରେୟାଗ ଚାଲିଛି। ଫଳରେ ପରିବେଶ କ୍ରମଶଃ ପକ୍ଷୀମାନଙ୍କ ପାଇଁ ପ୍ରତିକୂଳ ହେବାକୁ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ କୀଟନାଶକ ଯୋଗୁଁ ମରିଯାଉଥିବା କୀଟପତଙ୍ଗକୁ ଖାଇବା ପକ୍ଷୀମାନଙ୍କ ମୃତ୍ୟୁର କାରଣ ପାଲଟିଛି। ଅନ୍ୟପକ୍ଷରେ କୀଟନାଶକ ଏବଂ ସାର ପାଣିରେ ଧୋଇ ହେବା ଦ୍ବାରା ପ୍ରାକୃତିକ ଜଳାଶୟଗୁଡ଼ିକ ବିଷାକ୍ତ ହୋଇସାରିଛି। ବରଗଡ଼ ସହରରେ ୨୦ରୁ ଅଧିକ ଜଳାଶୟ ରହିଛି। କିନ୍ତୁ ସେଥିରୁ କିଛି ବି ବ୍ୟବହାର ଉପଯୋଗୀ ନୁହେଁ। ପରିତ୍ୟକ୍ତ ପୋଖରୀରେ ଆବର୍ଜନା ଏବ˚ ରସାୟନିକ ଦ୍ରବ୍ୟ ପଡ଼ୁଥିବାରୁ କାଳକ୍ରମେ ସେଗୁଡ଼ିକ ବିଷାକ୍ତ ପାଲଟିଛନ୍ତି। ତେଣୁ ମଧୁର ଜଳରେ ବସବାସ କରୁଥିବା ପକ୍ଷୀଙ୍କ ମୃତ୍ୟୁ ଘଟୁଛି। ସେହିପରି ଜଳାଶୟ ଏବ˚ ନଦୀ ଅବବାହିକାରେ ମାଛ ପ୍ରଜାତି କ୍ରମଶଃ ଲୋପ ପାଉଛନ୍ତି। ପାଣି ବିଷାକ୍ତ ହେବା ଯୋଗୁଁ ପକ୍ଷୀ ପ୍ରବାସ ଉପରେ ମଧ୍ୟ ସ˚କଟ ଦେଖାଦେଇଛି। ସାଧାରଣ ପୋଖରୀରେ ଦେଖାଯାଉଥିବା ପାଣିକପୋତ ଗାଏବ ହେବାକୁ ଲାଗିଛନ୍ତି। ବିଷାକ୍ତ ପାଣି ଯୋଗୁଁ ଏହି ଜଳଚର ପକ୍ଷୀ ବିଲୁପ୍ତ ପ୍ରାୟ।
ଦଶନ୍ଧି ତଳେ ଗୁଣ୍ତୁରି, ହରଡ଼ଖାଇ, କପୋତ ପ୍ରବଳ ସ˚ଖ୍ୟାରେ ଦେଖାଯାଉଥିଲା। ଜମିବିଲ ହିଡ଼ରେ ଏସବୁ ପକ୍ଷୀ ବାସ କରିବା ସହ ଫସଲରେ ଥିବା କୀଟପତଙ୍ଗ ଖାଇଥାନ୍ତି। ପ୍ରାକୃତିକ ସାର ପ୍ରୟୋଗ ଦ୍ବାରା ଚାଷବାସ ଚାଲିବା ଯାଏ ସବୁ ଠିକ୍ ଚାଲିଥିଲା। କିନ୍ତୁ କୀଟନାଶକ ସିଞ୍ଚନ ବଢ଼ିବା ପରେ ଏସବୁ ପକ୍ଷୀ ଲୋପ ପାଇଗଲେଣି। ଏନେଇ ବୈଜ୍ଞାନିକ ତଥ୍ୟ ବି ରହିଛି। ବିଶ୍ବରେ କୀଟନାଶକ ଯୋଗୁଁ ୨୦ ପ୍ରତିଶତ ପକ୍ଷୀଙ୍କ ମୃତ୍ୟୁ ଘଟୁଛି ବୋଲି ଏକ ପରିସ˚ଖ୍ୟାନ କହୁଛି। ୧୯୬୦ ମସିହାରୁ କୀଟନାଶକ ପ୍ରଭାବରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ମୃତ୍ୟୁ ଘଟିବା ଆରମ୍ଭ ହୋଇଥିଲା। ବିଗତ ୧୦ବର୍ଷ ମଧୢରେ ସାରା ବିଶ୍ବରେ ୩୦ ପ୍ରତିଶତ ମହୁମାଛିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାର ଝଲକ ବରଗଡ଼ ଜିଲ୍ଲାରେ ବି ଦେଖିବାକୁ ମିଳୁଛି। ପକ୍ଷୀ ଏବଂ ମହୁମାଛି ଏବେ ଜନବସତି ଇଲାକା ଛାଡ଼ି ଜଂଗଲରେ ହିଁ ରହୁଛନ୍ତି।