ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ

ଯାଜପୁର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯାଜପୁର ଗସ୍ତରେ ଆସିଛନ୍ତି। ଆଜି ସକାଳୁ ଶ୍ରୀ ମହାପାତ୍ର ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଆସନ୍ତା ୬/୭ ମାସ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବ। ଏଥିସହିତ ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଯେପରିକି ମେଡିକାଲ କଲେଜ, ପ୍ରଶାସନିକ ଭବନ, ବରାହ ପ୍ରକଳ୍ପ ଆଦିର ତଦାରଖ କରିଛନ୍ତି।

ଏଥି ସହିତ ଆଗକୁ ଜିଲ୍ଲାରେ ହେବାକୁ ଥିବା ଅନ୍ୟାନ୍ୟ ମେଗା ପ୍ରକଳ୍ପ ସଂପର୍କରେ ପ୍ରଶାସନ ସହିତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ବିରଜା ମନ୍ଦିର ପରେ ଶ୍ରୀ ମହାପାତ୍ର କସୁମା ପ୍ରକଳ୍ପ ଓ ଯାଜପୁର ଜିଲ୍ଲା ସ୍କୁଲକୁ ଯାଇ ପାଠପଢ଼ା ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର