ଜଣାଶୁଣା କାର କମ୍ପାନୀ ପୋର୍ସେ ଲଞ୍ଚ କଲା ଇଲେକ୍ଟ୍ରିକ ସାଇକେଲ, ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଯିବ

ନୂଆଦିଲ୍ଲୀ: ଜର୍ମାନୀର ଅଟୋମୋବାଇଲ୍ କମ୍ପାନୀ ପୋର୍ସେ ଦୁଇଟି ବୈଦ୍ୟୁତିକ ସାଇକେଲ ଲଞ୍ଚ କରିଛି | ଦୁଇଟି ସାଇକେଲର ମୂଲ୍ୟ ୭.୮୩ ଲକ୍ଷ ଟଙ୍କା ଓ ୬.୨୫ ଲକ୍ଷ ଟଙ୍କା ରଖାଯାଇଛି | ସାଇକେଲ ଚାଳକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ପୋର୍ସେ ପ୍ରଥମ ଥର ପାଇଁ ଦୁଇଟି ସାଇକେଲକୁ ଲଞ୍ଚ କରିଛି | ଦୁଇଟି ସାଇକେଲର ନାମ ପୋର୍ସେ ସ୍ପୋର୍ଟ ଏବଂ ପୋର୍ସେ କ୍ରସ୍ ଇଲେକ୍ଟ୍ରିକ୍ ରଖାଯାଇଛି |

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପୋର୍ସେ ସ୍ପୋର୍ଟକୁ ନିୟମିତ ବ୍ୟବହାରକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି | ଯଦି ଆପଣ ଦୁଃସାହସିକ ଯାତ୍ରାରେ ଯିବାକୁ ପସନ୍ଦ କରୁଥାନ୍ତି, ତେବେ ପୋର୍ସେ କ୍ରସ ଲାଭଦାୟକ ସାବ୍ୟସ୍ତ ହେବ | ପୋର୍ସେ ଇଲେକ୍ଟ୍ରିକ୍ ସାଇକେଲ୍ ବାବଦରେ କହିବାକୁ ଗଲେ, ଏଥିରେ ଶିମାନୋ ଇପି ୮ ମୋଟର ବ୍ୟବହାର କରାଯାଇଛି, ଯେଉଁ କାରଣରୁ ସାଇକେଲ ଆରୋହୀ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଏହି ସାଇକେଲକୁ ଚଳାଇ ପାରିବେ |

ସୂଚନା ଅନୁଯାୟୀ, ସାଇକେଲରେ ଶିମାନୋ ଇଲେକ୍ଟ୍ରିକ୍ ଗିଅର୍ ସିଫ୍ଟିଂ ସିଷ୍ଟମ୍ ସହ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ରେକ୍ ଦିଆଯାଇଛି | ତେବେ ପୋର୍ସେ କ୍ରସ ଇଲେକ୍ଟ୍ରିକ ବାବଦରେ କହିବାକୁ ଗଲେ ଶିମାନୋ ଦ୍ୱାରା ଡିଜାଇନ୍ ହୋଇଥିବା ନୂତନ ମୋଟର ସହ ପ୍ରତିରୋଧକ ବ୍ରେକ୍ ଡିସ୍କ ଲଗାଯାଇଛି | ଯାହା ପାର୍ବତ୍ୟାଞ୍ଚଳ ରାସ୍ତା ସହ ଆବଡ଼ାଖାବଡ଼ା ରାସ୍ତା ପାଇଁ ସର୍ବୋତ୍ତମ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର