ନିର୍ବାଚନ ଲଢ଼ିବାକୁ ଗୃହ ସହାୟିକାଙ୍କୁ ମିଳିଲା ବିଜେପି ଟିକେଟ୍‌, କ’ଣ କୁହନ୍ତି ସେ?

କୋଲକାତା: ଆଗକୁ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ବିଜେପି ଏପରି ଜଣେ ମହିଳାଙ୍କୁ ଟିକେଟ୍‌ ଦେଇଛି, ଯିଏକି ଗତ ୫ ବର୍ଷ ଧରି ରାଜନୀତିରେ ସକ୍ରିୟ ଅଛନ୍ତି। ବିଜେପି ଟିକେଟ୍‌ ପାଇବା ପୂର୍ବରୁ କଲିତା ମାଝୀ ନାମ୍ନୀ ଏହି ମହିଳା ଘର ଘର ବୁଲି ଗୃହ ସହାୟିକା କାର୍ଯ୍ୟ କରୁଥିଲେ। ନିର୍ବାଚନ ଲଢ଼ିବାକୁ ବିଜେପିର ଟିକେଟ୍‌ ପାଇବା ପରେ ତାଙ୍କ ଭାଗ୍ୟ ଏକ୍‌ଦମ୍ ବଦଳି ଯାଇଛି।

ସେ ନିର୍ବାଚନ ପ୍ରଚାର କରିବା ପାଇଁ ତାଙ୍କ କାମରୁ ମାସେ ପାଇଁ ବିରତି ନେଇଛନ୍ତି। ‌ସେ ୪ ଜଣଙ୍କ ଘରେ ବୁଲି କାମ କରି କରିଥାନ୍ତି। ଏହି କାମ କରି ମାସକୁ ଅଢ଼େଇ ହଜାର ଟଙ୍କା ରୋଜଗାର କରନ୍ତି।

ସେ ବିଜେପି ଟିକେଟ୍‌ ପାଇବା ପରେ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ମୁଁ କେବେ କଳ୍ପନା କରି ନ ଥିଲି ଯେ ମୁଁ ଏହି ସୁଯୋଗ ପାଇବି, ବର୍ତ୍ତମାନ ମୁଁ ଏହି ନିର୍ବାଚନ ପ୍ରଚାର ଉପରେ ଧ୍ୟାନ ଦେଉଛି ଏବଂ ମୋର ମାଲିକ ମୋତେ ଛୁଟି ଦେଇ ନିର୍ବାଚନରେ ବିଜୟୀ ହେବାକୁ କହିଛନ୍ତି।’

ସମ୍ବନ୍ଧିତ ଖବର