ମେଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ବ୍ୟବସାୟୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।
ମିଥୁନ: କ୍ୟାରିୟରରେ ଆଗକୁ ବଢ଼ିବା ଦିଗରେ ଆପଣଙ୍କ ଧ୍ୟାନ ରହିବ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ପୂରା ସହଯୋଗ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
କର୍କଟ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସନ୍ଧ୍ୟା ସମୟ ଅତିବାହିତ କରିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ।
ସିଂହ: ଆପଣଙ୍କ ଉପରେ ଲୋକଙ୍କ ବିଶ୍ବାସ ଅତୁଟ ରହିବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସଂପୂର୍ଣ୍ଣ କରିନିଅନ୍ତୁ, ଭଲ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ଦିନଟି ଭଲ।
କନ୍ୟା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବାହନ କିଣିବା ଯୋଗ ରହିଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
ତୁଳା: ବ୍ୟବସାୟରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। କୌଣସି ଅଜଣା ବ୍ୟକ୍ତି ଆପଣଙ୍କ କାମରେ ସାହାଯ୍ୟ କରିବେ। ଛାତ୍ରଙ୍କୁ ଆଜି ପରିଶ୍ରମ କରିବାକୁ ହେବ।
ବିଛା: ପରିବାରରେ ଉତ୍ସାହ ବଜାୟ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ରହିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପ୍ରେମିକ ପ୍ରେମିକା ମନୋରମ ସ୍ଥାନକୁ ବୁଲି ଯିବେ।
ଧନୁ: ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ବେକାରଙ୍କୁ ରୋଜଗାର ମିଳିପାରେ। ଛାତ୍ରୀଙ୍କୁ ପାଠପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।
ମକର: ବୁଝି ବିଚାରି ବଡ଼ ନିଷ୍ପତ୍ତି ନିଅନ୍ତୁ। କାମର ବୋଝ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ।
କୁମ୍ଭ: ଦୀର୍ଘ ଦିନର ଅପେକ୍ଷା ପରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ମୀନ: ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ବିଦେଶ ଯିବାର ମଉକା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।