ଚାରି ଜଣ କର୍ମଚାରୀଙ୍କ କରୋନା ଚିହ୍ନଟ ହେବାପରେ ଚାରି ଦିନ ବୀରମହାରାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରହିଲା ବନ୍ଦ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଭାରତୀୟ ଷ୍ଟେଟବ୍ୟାଙ୍କ ସାଖାରେ ଦୁଇ ଜଣ ଅଫିସର ଓ ଦୁଇ ଜଣ କିରାଣି ସମୁଦାୟ ଚାରିଜଣ କର୍ମଚାରୀଙ୍କ କରୋନା ଚିହ୍ନଟ ହେବାପରେ ବୁଧବାର ଦିନ ଠାରୁ ଚାରିଦିନ ପର୍ଯ୍ୟନ୍ତ ଶାଖା ବନ୍ଦ କରାଯାଇଛି । ଭାରପ୍ରାପ୍ତ ଶାଖା ପରିଚାଳକ ରାମ ପ୍ରସାଦ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କରୋନା ଚିହ୍ନଟ ହେବାପରେ ଲୋକମାନେ ଆଉ ଜେଭଳି ଆକ୍ରାନ୍ତ ନହେବେ ସେଥିପାଇଁ ଗ୍ରାହକଙ୍କ ହିତ ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିପାଇଁ ଆଂଚଳିକ କାର୍ଯ୍ୟାଳୟ ଓ ସ୍ଥାନୀୟ ବିଡ଼ିଓଙ୍କୁ ମଧ୍ୟ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଆସନ୍ତାକାଲି ଗୁରୁବାର ଦିନ ବ୍ୟାଙ୍କକୁ ସଂପୂର୍ଣ୍ଣ ଭାବରେ ଅଗ୍ନିଶମ ବିଭାଗ ଦ୍ବାରା ସେନିଟାଇଜ୍ କରାଯିବ । ଏହାପରେ ମଧ୍ୟ ଶନିବାର ରବିବାର ଛୁଟି ଥିବାରୁ ସୋମବାର ଦିନ ଶାଖା ତାର କାର୍ଯ୍ୟ ଆରମ୍ଭ କରିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଠାରୁ ସୁଚନା ମିଳିଛି । ଏପଟେ ବ୍ୟାଙ୍କ ବନ୍ଦ ଥିବାଯୋଗୁ ଗ୍ରାହକ ଫେରୁଥିବା ଦେଖିବାକୁ ମିଳିଛି । ଏହା ଜଣାପଡିବା ପରେ ଗ୍ରାହକ ତଥା ବ୍ୟାଙ୍କକୁ କାରବାର କରିବାକୁ ଯାଇଥିବା ଲୋକ ମାନେ ଭୟ ଓ ଆଶଙ୍କାରେ ରହିଛନ୍ତି ।

ସମ୍ବନ୍ଧିତ ଖବର