କୁଲାବେଡା ଗ୍ରାମରେ ନସର୍ରୀ ଜାଳିଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିର ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲୀ ପଞ୍ଚାୟତର ଦୁର୍ଗମ କୁଲାବେଡା ଗ୍ରାମରେ ଗତକାଲି ରାତିରେ ନକ୍ସଲ ଏଠାରେ ଥିବା ଏକ ନର୍ସରୀକୁ ଜାଳି ଦେଇଥିବା ଜଣାପଡିଛି। ତେବେ ଏହା ମାଓବାଦୀଙ୍କ କାମ ନା କୌଣସି ଗ୍ରାମବାସୀଙ୍କ କାମ ତାହା ଜଣାପଡି ନାହିଁ। ତେବେ ଦୀର୍ଘ ଦିନର ନରବତା ପରେ ମାଓବାଦୀ ହିଂସା ଘଟାଇଥିବା ଆଲୋଚନା ଜୋର ଧରିଛି। କିନ୍ତୁ ବନ ବିଭାଗ ତରଫରୁ ଲଗାଯାଇଥିବା ଏହି ନର୍ସରୀରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଚାରା ଗଛ ଲାଗିଥିଲା।

ନିଆଁ ଲାଗିଯିବା ଫଳରେ ସମସ୍ତ ଚାରା ଗଛ ପୋଡି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହାକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ମାଓବାଦୀ ଆଖ୍ୟା ଦେଉଥିବା ମଧ୍ୟ ଆଲୋଚନା ଜୋର ଧରିଛି। ବିଭାଗ ତରଫରୁ ଉଚିତ ଯାଞ୍ଚ ହେଲେ ଏହାର ସତ୍ୟତା ସାମ୍ନାକୁ ଆସିପାରନ୍ତା ବୋଲି କୁହାଯାଇଛି।ଏହି ଅଂଚଳରେ ଦୀର୍ଘ ଦିନ ହେଲା ନକ୍ସଲଙ୍କର ଗତିବିଧି କମିଥିବାରୁ ଏହା ଦୁର୍ବୃତ୍ତଙ୍କ କାମ ହୋଇଥାଇ ପାରେ ବୋଲି ଆଶଂକା କରାଯାଉଛି।

ସମ୍ବନ୍ଧିତ ଖବର