କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ପୁରୀରେ ଏକ ହୋଟେଲ ସିଲ୍‌

ପୁରୀ: ବଳଗଣ୍ଡିସ୍ଥିତ ହୋଟେଲ ‘ଗଙ୍ଗା’କୁ ପ୍ରଶାସନ ସିଲ କରିଛି । ରଥଯାତ୍ରାରେ ଜାରି ହୋଇଥିବା ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ହୋଟେଲ ସିଲ ହୋଇଛି । ହୋଟେଲ ଛାତ ଉପରେ କିଛି ଲୋକ ଠାକୁର ଦର୍ଶନ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ସାଧାରଣ ଲୋକଙ୍କୁ ଆସିବା ପାଇଁ ବାରଣ ହୋଇଥିଲା । ଏପରିକି ଲୋକେ ନିଜ ଘର ଛାତ ଉପରେ ରହି ମଧ୍ୟ ରଥଯାତ୍ରା ଦେଖିପାରିବେ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ କଟକଣା ଜାରି କରିଥିଲେ ।

ସମ୍ବନ୍ଧିତ ଖବର