ପରୀକ୍ଷାର୍ଥୀଙ୍କ ଦାବିକୁ ମାନିଲେ କେନ୍ଦ୍ର ସରକାର ; ଜେଇଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବଢିଲା ବ୍ୟବଧାନ

ନୂଆଦିଲ୍ଲୀ : ପରୀକ୍ଷାର୍ଥୀଙ୍କ ଦାବିକୁ ମାନି ନେଲେ କେନ୍ଦ୍ର ସରକାର । ୨୦୨୧ ଜେଇଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବ୍ୟବଧାନ ବଢ଼ାଇ ଦିଆଯାଇଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇଟି ସେସନ୍ ମଧ୍ୟରେ ଚାରି ସପ୍ତାହ ସମୟ ବ୍ୟବଧାନ ବଢ଼ାଇ ଦିଆଯାଇଛି । ଏନେଇ ଏନଟିଏକୁ ଜଣାଇ ଦିଆଯାଇଛି । ଜେଇ-ମେନ୍ ସେସନ୍-୪ ପରୀକ୍ଷା ଅଗଷ୍ଟ ୨୬, ୨୭ ଓ ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ କରାଯିବ । ସେହିପରି ପଞ୍ଜିକରଣକୁ ଜୁଲାଇ ୨୦ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି । ଏପର୍ୟ୍ୟନ୍ତ ୭ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ, ଜେଇ ମେନ୍ ସେସନ-୪ ପରୀକ୍ଷା ପାଇଁ ପଞ୍ଜୀକୃତ କରି ସାରିଲେଣି ।

 

ସମ୍ବନ୍ଧିତ ଖବର