ଜୋର ଧରିଲା ଇସ୍ପାତ କାରଖାନା ପ୍ରତିଷ୍ଠା ଦାବି

ବାରିପଦା: ରତ୍ନଗର୍ଭା ମୟୁରଭଞ୍ଜ ଜିଲ୍ଲାରେ ପ୍ରଚୁର ପରିମାଣରେ ଖଣିଜ ସଂପଦ ଥିବା ସତ୍ତ୍ୱେ ଜିଲ୍ଲାରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ଆଜି ଯାଏ ହୋଇ ପାରିଲାନି। ନିକଟ ଅତୀତରେ ରାଜ୍ୟ ସରକାର କିଛି ଜିଲ୍ଲାରେ ଇସ୍ପାତ୍ କାରଖାନା ସ୍ଥାପନା କରିବେ ବୋଲି ଘୋଷଣା କରିଥିଲେ। ସେଥିମଧ୍ୟରୁ ଏମିତି ବି ଜିଲ୍ଲା ଅଛନ୍ତି ଯେଉଁ ଜିଲ୍ଲାରେ ଖଣିଜ ସଂପଦ ବା କଞ୍ଚା ମାଲ୍ର ଚିହ୍ନବର୍ଣ୍ଣ ନାହିଁ,ମାତ୍ର ସେ ସବୁ ଜିଲ୍ଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଦ୍ରୁଷ୍ଟି ଗୋଚର ହେଉଛି।

ସେହି ସ୍ଥଳେ କାହିଁ ଆଦିମ ରାଜରାଜୁଡା କାଳରୁ ମୟୂରଭଞ୍ଜ ଜିଲ୍ଲାରୁ କଞ୍ଚା ମାଲ୍ ଟାଟା କମ୍ପାନି ବ୍ୟବହାର କରି ଆଜି ବିଶାଳକାୟ ସାମ୍ରାଜ୍ୟ ଛିଡା କରିଛି । ଆମ ଅଞ୍ଚଳରେ ସବୁ ଥାଇ ସୁଦ୍ଧା ଆମ ଜିଲ୍ଲାର ଯୁବକ ଓ ଯୁବତୀମାନେ କାମ ଧନ୍ଦା ଆଶାରେ ଆଜି ବାହାର ରାଜ୍ୟମାନଙ୍କୁ ଯାଇ ଦାଦନ ଖଟୁଛନ୍ତି । ଆଉ ଯେଉଁମାନେ ପାରିବାରିକ ଅସୁବିଧା ପାଇଁ ଦାଦନ ଖଟିବାକୁ ଯାଇ ପାରୁ ନାହାନ୍ତି ସେମାନେ ଯୋଗ୍ୟତା ଥିବା ସତ୍ତ୍ବେ  ବେକାର ହୋଇ ରହିଛନ୍ତି । ଯାହା ଦ୍ବାରା ଆମ ଜିଲ୍ଲାର ବେକାରୀ ସମସ୍ୟା ମୁଣ୍ଡ ଟେକି ସାରିଲାଣି । ମାତ୍ର ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କାହାରି ଏଥି ପ୍ରତି ନିଘା ନାହିଁ। ଖାଲି ନିର୍ବାଚନ ଆସିଗଲେ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ସରଳ ମୟୂରଭଞ୍ଜବାସୀଙ୍କୁ ଭୋକୁଆ ବନାଇବାରେ ବ୍ୟସ୍ତ ରହୁଛନ୍ତି । ଓଡ଼ିଶା ରାଜ୍ୟ ପ୍ରତି ମୟୂରଭଞ୍ଜ ଜିଲ୍ଲାର ଦାନ ଅନେକ ମାତ୍ର ପ୍ରତିଦାନ ଶୂନ ।

ଏଣୁ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରିବା ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦେଶ୍ୟ ଆଜି ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା, ପକ୍ଷରୁ ପ୍ରବଳ ବର୍ଷା ସତ୍ତ୍ୱେ ବାରିପଦାସ୍ଥିତ ମୟୁରଭଞ୍ଜ ଜିଲ୍ଲାପାଳ ଏବଂ ରାଇରଙ୍ଗପୁରସ୍ଥିତ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା।

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହୋଇଥିବା  ବିକ୍ଷୋଭର ନେତୃତ୍ୱ ଜିଲ୍ଲା ସଭାପତି ପିଣ୍ଟୁ ମାଇତି ନେଇଥିଲେ। ତାଙ୍କ ସହିତ ଜିଲ୍ଲା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ସଂଯୋଜକ ରାକେଶ ବେହେରା, ଜିଲ୍ଲା ଛାତ୍ର ସଭାପତି ସୌମ୍ୟରଂଜନ ମିଶ୍ର, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ଼,ବାରିପଦା ସହର ସଭାପତି ପ୍ରୀତମ ପଣ୍ଡା, ବିରେନ୍ଦ୍ର ନାଥ,ସହର ସାଧାରଣ ସମ୍ପାଦକ ଅମିତ କୁମାର,ଶମ୍ଭୁନାଥ ରଣା, ସଞ୍ଜୟ ମହାର୍ଣ୍ଣ ,ସୌମ୍ୟରଂଜନ ସାହୁ,ଶିବଶଙ୍କର ବେହେରା, ଗୌରାଙ୍ଗ ଚକ୍ରବର୍ତ୍ତୀ, ରାଜା ଖାନ, ବିକାଶ ସିଂ, ଟୁକୁ ସିଂ, ସତ୍ୟବ୍ରତ ଦାସ, ସଞ୍ଜୟ ମହନ୍ତ, ଉମେଶ ପ୍ରଧାନ, ସୁନୀଲ ମହାପାତ୍ର, ଦେବାଶିଷ ନାୟକ, ଆଶିଷ ମଙ୍ଗରାଜ, ସଜନ ଗିରି,ସୌଭାଗ୍ୟ ଦାସବାବୁ, ଦେବଦତ ବେହେରା, ସତ୍ୟରଞ୍ଜନ ନାୟକ,ବବ୍ଲୁ ମହାପାତ୍ର,ରୂପାଲି ରୂପନିତା ବେହେରା, ପ୍ରୀତି କର୍ମକାର,ଚନ୍ଦ୍ରିକା ବେହେରା, ରୂପାଲି ବିନ୍ଧାଣି ପ୍ରମୁଖ ସାମିଲ ଥିଲେ।

ଠିକ ସେହିପରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖର କାର୍ଯ୍ୟକ୍ରମର ନେତୃତ୍ୱ ଉପଖଣ୍ଡ ସଭାପତି ସୌମିତ ବଳ ନେଇଥିଲେ। ତାଙ୍କ ସହିତ ଜିଲ୍ଲା ଉପାଧକ୍ଷ ଅଞ୍ଜନ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ଇଂ ରମଜାନ ବେଗ, ଉପଖଣ୍ଡ ମୁଖପାତ୍ର ମୋହିତ ବିଶୋଇ, ସହର ଛାତ୍ର ସଭାପତି ଶିବରାଜ ମହାନ୍ତିଙ୍କ ଉଭୟ କାର୍ଯ୍ୟକ୍ରମରେ ଶତାଧିକ କର୍ମକର୍ତ୍ତା ସାମିଲ ଥିଲେ ବୋଲି ଭଞ୍ଜସେନା ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି

ସମ୍ବନ୍ଧିତ ଖବର