କେନ୍ଦ୍ର ରେଳମନ୍ତ୍ରୀଙ୍କ କୋରାପୁଟ ଗସ୍ତକୁ ବିରୋଧ କରିବ କଂଗ୍ରେସ 

ପୁସିଂ ବ୍ରିଜ ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ 

କୋରାପୁଟ : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୋରାପୁଟ ଗସ୍ତକୁ ବିରୋଧ କରିବ କଂଗ୍ରେସ। କୋରାପୁଟ ଜିଲ୍ଲା ମୁସୁରିଆ ଗୁଡା ଠାରେ ପୁସିଂ ବ୍ରିଜ ନିର୍ମାଣନେଇ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ ।

 

ଆଜି ପୁନର୍ବାର ମୁସୁରିଆଗୁଡା ଓ ଡିଆଡିପୁଟର ଜନସାଧାରଣଙ୍କ ସମେତ  କୋରାପୁଟର କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  କୋରାପୁଟ ବ୍ଲକ ଅନ୍ତର୍ଗତ ମୁସୁରିଆଗୁଡା ଠାରେ ପୁସିଂ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଅଛି । କିନ୍ତୁ ଏନେଇ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି କୋରାପୁଟର କଂଗ୍ରେସ କର୍ମୀ । ଆସନ୍ତା ୧୭ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ଉକ୍ତ ଅଂଚଳରେ ପୁସିଂ ବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରନ୍ତୁ ବୋଲି କଂଗ୍ରେସ କର୍ମୀ ରୂପକ ତୁରୁକ ଓ କୃଷ୍ଣ କୁଳଦିପ କହିଛନ୍ତି । ନଚେତ ସେ ଗ୍ରସ୍ତରୁ ଫେରିବା ସମୟରେ କଂଗ୍ରେସର ବିରୋଧ ସମ୍ମୁଖିନ ହେବେ ବୋଲି ସେମାନେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର