କରୋନା ଟିକା କେନ୍ଦ୍ର କଟକଣାକୁ ଅଣଦେଖା: ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତାକୁ ଫୁ

ଜୟପୁର: ସରକାରୀ କଟକଣା, ମାର୍ଗଦଶନକୁ ଅନୁପାଳନ କରାଇବାକୁ ଥିବା ପ୍ରଶାସନ ହିଁ ଯଦି ଏହାକୁ ଅବମାନନା କରେ ତେବେ ସାଧାରଣ ଲୋକେ ଏହାକୁ ମାନିବେ କି ବୋଲି ବୁଦ୍ଧିଜୀବୀ ମହଲରେ ଏଭଳି ଏକ ପ୍ରଶ୍ନ ଉଠିଛି। ଆଜି ଏଭଳି ଅବମାନନାର ଚିତ୍ର କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ କରାଯାଇଥିବା ଟିକାଦାନ କେନ୍ଦ୍ର ଗୁଡ଼ିକରେ ଦେଖିବାକୁ ମିଳିଥିଲା।

ସମସ୍ତ କେନ୍ଦ୍ରରେ ଟିକା ନେବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ଲୋକେ ମୁହଁରେ ତୁଣ୍ଡି ବାନ୍ଧି ନଥିବା ବେଳେ ସାମାଜିକ ଦୂରତାକୁ ବି ଭୁଲି ଯାଇଥିଲେ। ଯେଭଳି ସଂପୂର୍ଣ୍ଣ ରୂପେ କରୋନା ନିୟନ୍ତ୍ରିତ ହୋଇସାରିଛି ଏବଂ ସାଧାରଣ ଦିନ ଭଳି ଲୋକେ ଜଣକୁ ଲାଗି ଆଉ ଜଣେ ଠିଆ ହେବା ସହ ଠେଲା ପେଲା ହୋଇ ଲମ୍ବା ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ୭ଟି ଯାକ କେନ୍ଦ୍ରରେ ଏହି ଚିତ୍ର ଆଜି ସକାଳ୮ରୁ ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନ ସାଢ଼େ ୨ଟା ବେଳେ ବାଲିଆ ପଂଚାୟତର ବାମୁଣିପୁଟ ଠାରେ ଥିବା ଟିକାଦାନ କେନ୍ଦ୍ରରେ ବି ଜଣକୁ ଜଣ ଲାଗି ଲାଗି ଠେଲାପେଲା ହୋଇ ଠିଆ ହୋଇଥିବା ଆମ ପ୍ରତିନିଧି ବି ଦେଖିଥିଲେ।

ସେହିଭଳି ଆଜି ଜୟପୁର ବ୍ଲକର ରାବଣାଗୁଡ଼ା ସିଏଚସି ଅଧିନରେ ସର୍ବାଧିକ ରାବଣାଗୁଡ଼ା ସିଏଚସରେ ୩୨୭ଜଣଙ୍କୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଟିକା ଦିଆଯାଇଥିଲା। ବାଲିଆ ପଂଚାୟତର ବାମୁଣିପୁଟରେ ୨୮୬, ବଡ଼ଜିଉନାରେ ୩୧୦, ଟାଙ୍କୁଆରେ ୨୭୯, ଅନ୍ତାରେ ୨୬୪, ହାଡିଆରେ ୨୬୪ ଓ ଜୟନ୍ତଗିରିରେ ୨୧୩ଜଣ ଏଭଳି ୧୯୪୩ଜଣଙ୍କୁ ଟିକା ଦିଆଯାଇଛି ବୋଲି କହିଛନ୍ତି ରାବଣାଗୁଡ଼ା ସିଏଚସି ଅଧିକାରୀ ଆଡାଲା ଚୈତନ୍ୟ ଓ ବିପିଏଚଇଓ ସୁଶାନ୍ତ କୁମାର ନାୟକ।

ସମ୍ବନ୍ଧିତ ଖବର