ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଜଟିଳ ପରିସ୍ଥିତି: ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ ଅମ୍ବିକା ସୋନି
ନୂଆଦିଲ୍ଲୀ: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସ ଦଳରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଗାନ୍ଧୀ ପରିବାରର ନିକଟତମ ବିବେଚିତ ଅମ୍ବିକା ସୋନି ପଞ୍ଜାବ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି। ଏଥି ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପରଗତ ସିଂ କହିଛନ୍ତି ଯେ ଆଜି କଂଗ୍ରେସ ବିଧାୟକ (ସିଏଲପି) ଙ୍କ କୌଣସି ବୈଠକ ହେବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆଶା କରାଯାଉଥିଲା ଯେ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ସିଏଲପି ବୈଠକରେ ଘୋଷଣା କରାଯିବ। ତେବେ ପରଗତ ସିଂ କହିଛନ୍ତି, ‘ଏହା ସବୁ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ। ଆଉ ସିଏଲପି ବୈଠକର ଆବଶ୍ୟକତା ନାହିଁ |
ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ସାଂସଦ ଅମ୍ବିକା ସୋନି, ଦଳର ହାଇକମାଣ୍ଡଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋନି କହିଛନ୍ତି ଯେ ସେ ଏହି ସମୟରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ ଏବଂ ପଞ୍ଜାବରେ କେବଳ ଜଣେ ଶିଖଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ। କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ୍ କହିଛନ୍ତି ଯେ ସେ (ସୋନିଆ ଗାନ୍ଧୀ) ଯାହାକୁ ବାଛିବେ, ସମସ୍ତେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିବେ।