ପୁଣି ଘୁଞ୍ଚିଲା ୟୁଜିସି ନେଟ୍ ପରୀକ୍ଷା ତାରିଖ, ନୂଆ ତାରିଖ ଜାଣନ୍ତୁ

ନୂଆଦିଲ୍ଲୀ : ପୁଣି ଘୁଞ୍ଚିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି ନେଟ୍ ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଅକ୍ଟୋବର ୧୦ରେ ଆଉ କେତେକ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୟୁଜିସି-ନେଟ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଏନଟିଏ ପକ୍ଷରୁ କୁହାଯାଇଛି ।

ନୂଆ କାର୍ୟ୍ୟସୂଚୀ ଅନୁସାରେ ୟୁଜିସି ନେଟ୍ ପରୀକ୍ଷା ଅକ୍ଟୋବର ୧୭ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପୂର୍ବରୁ ଏହା ଅକ୍ଟୋବର ୬-୮ ଓ ୧୭-୧୯ରେ ହେବାକୁ ଧାର୍ଯ୍ୟ କରାଯାଇଥିଲା ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କରୋନା ଗାଇଡଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ର ବାହାରେ ସେମାନଙ୍କ ତାପମାତ୍ରା ଯାଞ୍ଚ କରାଯିବା ସହ ମାସ୍କ ଯୋଗାଇ ଦିଆଯିବ । ପଂଜୀକୃତ ଛାତ୍ରଛାତ୍ରୀମାନେ ugcnet.nta.ac.in ଓ୍ବେବସାଇଟରୁ ନିଜ ନିଜର ପ୍ରବେଶ ପତ୍ର ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀମାନେ ନିଜ ପ୍ରବେଶ ପତ୍ର (ଆଡମିଟ କାର୍ଡ) ସହ ଗୋଟିଏ ପାସପୋର୍ଟ ସାଇଜ୍ ଫଟୋ ଓ ଏକ ବୈଧ ଫଟୋ ଆଇଡି ପ୍ରୁଫ୍ ସହ ପରୀକ୍ଷା କେନ୍ଦ୍ରକୁ ଆସିବେ ।

 

ସମ୍ବନ୍ଧିତ ଖବର