ବଡ଼ବିଲରେ ଦୋକାନ ଉପରକୁ ବୋମା ମାଡ଼, କାରଣ ଅସ୍ପଷ୍ଟ

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଫିଲ୍ମହଲ ଛକ ଠାରେ ଥିବା ଓଡ଼ିଶା ହାର୍ଡୱେର୍ ଦୋକାନ ଉପରକୁ ବୋମା ମାଡ଼ ହୋଇଥିବାର ଖବର ମିଳିଛି। ଏକ କଳା ରଙ୍ଗର ପଲସର ବାଇକରେ ଦୁଇଜଣ ଯୁବକ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ କୌଣସି ଧନ, ଜୀବନ ନଷ୍ଟ ହୋଇନଥିଲେ ହେଁ, ଦୋକାନୀ ଦିନେଶ ଅଟଳ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ, ପୁଲିସ ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର