ପ୍ରେମିକା କମ ଉଚ୍ଚତା ବିଶିଷ୍ଟ ହୋଇଥିଲେ କ’ଣ ଫାଇଦା ମିଳେ ଜାଣନ୍ତୁ

ଦୁନିଆରେ ସମସ୍ତଙ୍କ ଆକାର ପ୍ରକାର ଅଲଗା ଅଲଗା ଥାଏ ତାହା ଆପଣମାନେ ଜାଣିଥିବେ । ଏହା ସହ ସମସ୍ତଙ୍କ ଉଚ୍ଚତାରେ ମଧ୍ୟ ପାର୍ଥକ୍ୟ ଦେଖା ଯାଇଥାଏ । କିଏ ଅତି ଡ଼େଙ୍ଗା ହୋଇଥିବା ବେଳେ କିଏ ଗେଡ଼ା ହୋଇଥାଏ । ତେବେ କିଛି ମହିଳାମାନେ ନିଜ ଉଚ୍ଚତାକୁ ନେଇ ଚିନ୍ତାରେ ରୁହନ୍ତି । ଏଥି ସହ ବିବାହ ସମୟରେ ପୁଅ ମିଳିବନି ବୋଲି ଭାବି ଘରଲୋକେ ଚିନ୍ତିତ ହୋଇଯାଆନ୍ତି । ଯଦି ଆପଣଙ୍କ ପ୍ରେମିକାଙ୍କ ଉଚ୍ଚତା କମ ଏବଂ ତେବେ ତାଙ୍କୁ କମ ଉଚ୍ଚତା ହେଲେ କ’ଣ ସବୁ ଫାଇଦା ହୋଇଥାଏ ସେ ବିଷୟରେ ଜଣାନ୍ତୁ ।

୧. ପୁଅମାନେ ସବୁବେଳେ କମ ଉଚ୍ଚତା ବିଶିଷ୍ଟ ଝିଅମାନଙ୍କୁ ପସନ୍ଦ କରିଥାନ୍ତି । କାରଣ ଯଦି ଜଣେ ଝିଅ ପୁଅଠାରୁ ଡ଼େଙ୍ଗା ହୋଇଥିବ, ତେବେ ପୁଅକୁ ରାସ୍ତାରେ ଚାଲିବା ବେଳେ ଟିକେ ଖରାପ ଅନୁଭବ ହୋଇଥାଏ ।

୨.ଯେତେବେଳେ ଜଣେ କମ ଉଚ୍ଚତା ବିଶିଷ୍ଟ ଝିଅ ତା’ର ପ୍ରେମିକକୁ ଆଲିଙ୍ଗନ କରେ ସେତେବେଳେ ଗୋଟେ ପୁଅକୁ ବହୁତ ଭଲ ଲାଗେ । ଆପଣ ଆଗରୁ ଜାଣିଥିବେ ଗୋଟେ ଝିଅର ଉଚ୍ଚତା ଏମିତି ହେବା ଦରକାର ଯାହାଦ୍ୱାରା ଝିଅର ମୁଣ୍ଡ ପୁଅର ଛାତି ପାଖରେ ରହୁଥିବ । ଯାହାଫଳରେ ସେ ପୁଅର ହୃଦସ୍ପନ୍ଦନକୁ ସେ ଅନୁଭବ କରି ପାରିବ ।


୩. କୌଣସି ପାର୍ଟି ପାଇଁ ପ୍ରସ୍ତୁତ ହେଉଥିଲେ ଝିଅମାନେ ସାଧାରଣତଃ ଭାବରେ ବାହାରିବା ପାଇଁ ସମୟ ଲଗାନ୍ତି । କିନ୍ତୁ ଯଦି ଆପଣଙ୍କ ସାଥୀଙ୍କ ଉଚ୍ଚତା କମ ତେବେ ଆପଣ ଦୁଇ ଜଣ ଏକା ସାଙ୍ଗରେ ଦର୍ପଣ ଆଗରେ ଠିଆ ହୋଇ ପ୍ରସାଧାନ କରି ପାରିବେ । ଏହାଫଳରେ, ସମୟ ବଞ୍ଚିବା ସହ ପାର୍ଟି ପାଇଁ ବାହାରିବାକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ ।

୪. କମ ଉଚ୍ଚତା ବିଶିଷ୍ଟ ଝିଅମାନଙ୍କୁ ସହଜରେ ତାର ସାଥୀ ଯେତେବେଳ ମନ ବାହୁରେ ଉଠାଇ ପାରିବେ । ଏଥି ପାଇଁ ତାଙ୍କୁ ଦ୍ୱିତୀୟ ଥର ଭାବିବାକୁ ମଧ୍ୟ ପଡ଼ିବ ନାହିଁ ।

୫. ଆଉ ଏକ ମଜାଦାର କଥା ହେଲା, କମ ଉଚ୍ଚତା ବିଶିଷ୍ଟ ଝିଅମାନେ ନିଜ ସାଥୀଙ୍କର ଟି-ସାର୍ଟକୁ ନାଇଟ୍‌ ସୁଟ୍‌ ଭାବେ ମଧ୍ୟ ବ୍ୟବହାର କରି ପାରିବେ ।

ସମ୍ବନ୍ଧିତ ଖବର