ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ଡ. ଦିଲ୍ଲୀପ ର୍ତିକୀ

ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ

ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛିା ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍‌ସୀଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ସିମେ୍‌ଡଗାଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବା ଉଭୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧତ୍ୱ କରିବା ପାଇଁ ୧୮ ଜଣିଆ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ହକି ପାଇଁ ଓଡ଼ିଶାର ଆଡ୍‌ହକ୍‌ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ର୍ତିକୀ କହିଛନ୍ତିା ବରିଷ୍ଠ ମହିଳା ହକି ଦଳର ଅଧନାୟିକା ଭାବରେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ହକି ଦଳର ଅଧନାୟିକା ଭାବରେ ଜ୍ୟୋତି ଛତ୍ରି ଦଳର ନେତୃତ୍ୱ ନେବୋ ୧୮ ଜଣିଆ ବରିଷ୍ଠ ମହିଳା ହକି ଦଳ ସହିତ ଅନ୍ତର୍ଜାତୀୟ ଖାତିସଂପନ୍ନ ମହିଳା ହକି ତାରକା ଶ୍ରୀମତୀ ପାଉଲିନା ସୁରିନ୍‌ ଦଳ ପ୍ରବନ୍ଧକ ଓ ଅଲମ୍ପିଆନ୍‌ ହକି ତାରକା ଶ୍ରୀ ଲାଜରୁସ୍‌ ବାର୍ଲା ପ୍ରଶିକ୍ଷକ ଦାୟିତ୍ୱ ର୍ନିବାହ କରିବୋ କଳିଙ୍ଗ ଷ୍ଟାଡିୟମ୍‌ର ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରର ଡାକ୍ତର ଶୋଭେନ୍‌ ଫିଜିଓ ଏବଂ ରେଶ୍ମା ଲାକ୍ରା ସହାୟକ ଦାୟିତ୍ୱ ର୍ନିବାହ କରିବୋ

ସେହିପରି କନିଷ୍ଠ ମହିଳା ହକି ଦଳ ସହିତ ଭଲିବଲ୍‌ ପ୍ରଶିକ୍ଷକ ସୁଷମା ନନ୍ଦ ଓ ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଯଥାକ୍ରମେ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ୱ ର୍ନିବାହ କରିବୋ ଏହି ଦଳ ସହିତ ଫିଜିଓ ଭାବରେ ଶୁଭସ୍ମିତା ମହାନ୍ତି ଓ ଫିଟ୍ନେସ୍‌ ଟ୍ରେନର ଭାବରେ ସରିତା ରୋଶନ୍‌ ହନୁମାନ୍‌ ଓ ଉପାସନା ଯାଦବ ଯୋଗଦେବୋ କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ସିମେ୍‌ଡଗା ନିମନ୍ତେ ଯାତ୍ରା କରିବୋ ବିଗତ ଦୁଇ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଚାଲିଥବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡ୍‌ହକ୍‌ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ର୍ତିକୀ ଓ କ୍ରୀଡ଼ା ଏବଂ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଆଜି ପୂର୍ବାହ୍ନରେ ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରି ପ୍ରତିଯୋଗିତାରେ ସଫଳତା କାମନାପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥଲୋ

ସମ୍ବନ୍ଧିତ ଖବର