ମାଲକାନଗିରି : ୫ ଦଫା ଦାବି ନେଇ ମାଲକାନଗିରି ଜିଲ୍ଲାର ସମବାୟ କର୍ମଚାରୀ ମହାସଂଘର କର୍ମଚାରୀମାନେ ଲ୍ୟାମ୍ପସ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ଦ୍ବାରା ନିର୍ଦେଶିତ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ଏହି ସମବାୟ କର୍ମଚାରୀମାନେ ଦୀର୍ଘ ବର୍ଷ ଧରି କରିଆସୁଥିଲେ ମଧ୍ୟ ତାଂକୁ ସରକାର ଅଣଦେଖା କରି ଚାଲିଛନ୍ତି। ବାରମ୍ବାର ସରକାରଙ୍କ ନିକଟରେ ୫ ଦଫା ଦାବି ଉପସ୍ଥାପନା କରାଯାଉଥିଲେ ମଧ୍ୟ ସରକାର ଏହି କର୍ମଚାରୀମାନଙ୍କ ଦାବିକୁ ଗ୍ରହଣ କରୁନାହାନ୍ତି। ଯାହାଫଳରେ ସମବାୟ କର୍ମଚାରୀମାନେ ସରକାରଙ୍କର କୌଣସି କାର୍ୟ୍ୟକୁ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ମହାସଂଘ କରିଥିବା ଦାବିଗୁଡିକ ମଧ୍ୟରୁ ସମବାୟ ବିଭାଗର ନିବନ୍ଧକଙ୍କ ପତ୍ର ସଂଖ୍ୟା୧୪୩୯୩ ,ତା ୩୦.୯.୨୦୨୧ଲିଖ ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତି ପ୍ରସ୍ତାବକୁ ରଦ୍ଦ କରାଯାଇ ଓ ଓଡିଶାର ସମସ୍ତ ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସରେ କାର୍ଯ୍ୟରତ କର୍ମଚାରୀଙ୍କୁ ରାଜ୍ୟସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରନ୍ତୁ।୭ମ ବେତନ କମିଶନଙ୍କ ସୁପାରିଶକ୍ରମେ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ଦରମା ଓ ରାଜ୍ୟ ସରକାରଙ୍କ ଦ୍ବାରା ବର୍ଦ୍ଧିତ ମହଙ୍ଗା ଭତ୍ତା ୧୮୯ ପ୍ରତିଶତ ସମିତି ଓ ଲ୍ୟାମ୍ପସ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉ।ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ସମିତି ଓ ଲ୍ୟାମ୍ପସ ପ୍ରଶାସନିକ ପାଣ୍ଠିକୁ କାର୍ୟ୍ୟକାରୀ କରାଯାଉ ଓ ଆସନ୍ତା ସମବାୟ ବାର୍ଷିକ ବଜେଟରେ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଦରମା ଓ ଭତ୍ତା ନିମନ୍ତେ ଏକ ହଜାର କୋଟି ଟଂକାର ବଜେଟ ଅଟକଳ ମଞ୍ଜୁର କରାଯାଉ।ମହାମରୀ କରୋନା ସମୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ନିମନ୍ତେ ଅତି କମରେ ପଚାଶ ଲକ୍ଷ ଟଂକାର କ୍ଷତି ପୂରଣ ଓ ସମସ୍ତ କର୍ମଚାରୀଙ୍କ ନିମନ୍ତେ ୧୦ ଲକ୍ଷ ଟଂକାର ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ । ସମବାୟର ତ୍ରିସ୍ତରୀୟ ବାୟବସ୍ଥା ଉଛେଦ କରାଯାଇ ଦୁଇ ସ୍ତରୀୟ ବ୍ୟବସ୍ଥା ଯେପରି କେରଳ,ପଞ୍ଜାବ,ହରିୟାନା,ରାଜସ୍ଥାନ କର୍ଣ୍ଣାଟକ ଭଳି ପ୍ରଚଳନ କରାଯାଉ।ନୟାଗଡ ଜିଲ୍ଲାର ଗୋଲଗାଁ ସମବାୟ ସମିତିର କାର୍ଯ୍ୟରତ ସମ୍ପାଦକ ମାନସ ଚନ୍ଦ୍ର ମିଶ୍ର ସୋମ ହସପିଟାଲରେ ଏଆରସିଏସ,ଡିଆରସିଏସ ଏବଂ ପ୍ରଶାସନିକ ଅଧିକାରୀଙ୍କ ମାନସିକ ତାଡନା ଯୋଗୁଁ ମାନସିକ ଭାରସାମ୍ୟ ହରାଇବା ସହ ଆର୍ଥିକ ଅନାଟନ ଦେଇ ଗତି କରି ମୃତ୍ୟୁବରଣ କରିଥିବାରୁ ତାଂକୁ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଂକାର ସହାୟତା ଏବଂ ପରିବରର ଜଣକୁ ଚାକିରି ପ୍ରଦାନ କରାଯାଉ।ଦୋଷୀକୁ ଦଣ୍ଡ ଦିଆଯାଉ।ତେବେ ତୁରନ୍ତ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେଲେ ଆଗାମୀ ମଣ୍ଡି ଏବଂ ସାର ପ୍ରଦାନ,ବିହନ ପ୍ରଦାନରେ କୌଣସି ସମସ୍ୟା ଦେଖା ଦେବ ନାହିଁ ବୋଲି ଆଲୋଚନା ଜୋର ଧରିଛି।