ଅନ୍ତର୍ଜାତୀୟ କ୍ରସ୍‌ବୋ ବଂଧୁକଚାଳନାରେ ଓଡ଼ିଶାରୁ ୨

କଟକ: ଉତ୍ତରପ୍ରଦେଶର ଗାଜିଆବାଦ୍‌ସ୍ଥିତ ନ୍ୟାସନାଲ ପବ୍ଲିକ୍‌ ସ୍କୁଲ୍‌ରେ ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତିକ କ୍ରସ୍‌ବୋ ବନ୍ଧୁକଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଫେବ୍ରୁଆରି ୨ ଓ ୩ ତାରିଖ ଦୁଇ ଦିନଧରି ଚାଲିବ। ପ୍ରତିଯୋଗିତାରେ ଓଡ଼ିଶାରୁ ଏଲ୍‌ ଏନ୍‌ ଦାଶଚୌଧୁରୀ ଓ ବିକ୍ରମ ନାରାୟଣ ଦାଶ ଚୌଧୁରୀ ଭାରତକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଭାରତରୁ ପ୍ରାୟ ୫୦ ଜଣ ସୁଟର ଯୋଗଦେଉଛନ୍ତି। ଶ୍ରୀ ଏଲ୍‌ ଏନ୍‌ ଦାଶ ଚୌଧୁରୀ ବର୍ତ୍ତମାନ ଜଗତସିଂହପୁରର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ମଞ୍ଚର ସଦସ୍ୟ ଭାବେ କାର୍ଯ୍ୟକରୁଥିବାବେଳେ ବିକ୍ରମ ସିଡିଏସ୍ଥିତ ଦି’ ଲ କଲେଜରେ ଦ୍ୱିତୀୟ ବର୍ଷରେ ପଢୁଛନ୍ତି।

ସମ୍ବନ୍ଧିତ ଖବର