ଭିଜିଲାନସ୍‌ ଜାଲରେ ତହସିଲ କିରାଣି

ବାଲି ବୋଝଇ ଟିପର୍‌ ଛାଡ଼ିବାକୁ ନେଉଥିଲେ ୨୦ ହଜାର ଟଙ୍କା

କଟକ/ନାଉଗାଁ : ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ତହସିଲର ବରିଷ୍ଠ କିରାଣି ପ୍ରାଣକୃ୍ଷ୍ଣ ନାୟକ ରବିବାର ଦିନ ଭିଜିଲାନ୍‌ସ ଜାଲରେ ପଡିଛନ୍ତି। ଜଣେ ଟିପର୍‌ ମାଲିକଙ୍କ ଠାରୁ ‌୨୦ ହଜାର ଟଙ୍କା ‌ଲାଞ୍ଚ ନେଉଥିବ‌ା ବେଳେ ସେ ଧରା ପଡ଼ିଛନ୍ତି। ଏ ନେଇ କଟକ ଭିଜିଲାନ୍‌ସ ପକ୍ଷରୁ ମାମଲା ରୁଜୁ କରାଯାଇ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଜଗତସିଂହପୁର, ଓହଳରେ ଥିବା ତାଙ୍କ ଘରେ ଭିଜିଲାନ୍‌ସ ଚଢଉ ଜାରି ରଖିଛି।

ତଥ୍ୟ ମୁତାବକ, ସିଜ୍ ହୋଇଥିବା ଏକ ବାଲି ବୋଝେଇ ଟିପର୍‌ ଛାଡିବାକୁ ରବିବାର ଦିନ ଶ୍ରୀ ନାୟକ ଉକ୍ତ ଟିପର୍‌ ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଂଚ ନେଉଥିଲେ। ଖବର ପାଇ ଭିଜିଲାନ୍‌ସ ଚଢ଼ଉ କରିବା ସହିତ ସେ ଗ୍ରହଣ କରିଥିବା ୨୦ ହ‌ଜାର ଟଙ୍କା ଜବତ କରିଥିଲେ। ଶ୍ରୀ ନାୟକ ଏହା ପୂର୍ବରୁ ୨୦୧୬ରେ ଅନ୍ୟ ଏକ ମାମଲାରେ କଟକ ଭିଜିଲାନ୍‌ସ ଦ୍ବାରା ଧରିଥିଲା। ସେତେବେଳେ ଜମିପଟ୍ଟା କରାଇ ଦେବାକୁ ଶ୍ରୀ ନାୟକ ୩୯୦୫ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧିତ ଖବର