ପ୍ରାର୍ଥିପତ୍ର ଯାଞ୍ଚରେ କଟିଗଲେ ୧୦୦ ପ୍ରାର୍ଥୀ

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କର ବୁଧବାର ଦିନ ସମସ୍ତ ଡକୁମେଣ୍ଟ ଯାଞ୍ଚ ହୋଇଛି। ଏଥିରେ ୧୦୦ଜଣ ପ୍ରାର୍ଥୀ କଟି ଯାଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ଜାଣିବାକୁ ମିଳିଛି। ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ଥିବାରୁ ଏହି ସମୟରେ ବହୁ ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ିଲାଣି।

ବୁଧବାର ଦିନ ଡକୁମେଣ୍ଟ ଯାଞ୍ଚବେଳେ ଯେଉଁମାନେ ସତ୍ୟପାଠ ଦେଇନଥିଲେ, ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଥିଲେ ବା ଭୁଲ୍‌ ଫର୍ମ ପୂରଣ କରିଥିଲେ ସେମାନଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯାଇଛି।

ମାର୍ଚ୍ଚ ୨ରୁ ୭ତାରିଖ ପର୍ଯ୍ୟନ୍ତ ଚାଲିଥିବା ପ୍ରାର୍ଥିପତ୍ର ଦାଖଲରେ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୬୯୩ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୨୨ଜଣଙ୍କର ନାକଚ ହୋଇଛି। ଏବେ ଏହି ପଦବି ପାଇଁ ୬୭୧ଜଣ ପ୍ରାର୍ଥୀ ଅଛନ୍ତି। ସେହିପରି କାଉନସିଲର/କର୍ପୋରେଟର ପଦବି ପାଇଁ ୬୪୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ୭୮ଜଣଙ୍କର ନାକଚ ହୋଇଛି। ଏବେ ୬୩୮୧ଜଣ ପ୍ରାର୍ଥୀ ଅଛନ୍ତି।

ସମ୍ବନ୍ଧିତ ଖବର