ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ନେଇ ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଓ ଅଭିଭାବକଙ୍କ ଧାରଣା

ସାଲେପୁର: ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡାସିଂହ ପଞ୍ଚାୟତ ସ୍ଥିତ ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବଞ୍ଚିତ କରାଯାଇଥିବା ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇ ଧାରଣା ଦେଇଥିବା ଜଣାପଡ଼ିଛି। ଧାରଣାକାରୀଙ୍କ ଅଭିଯୋଗ ମୁତାବକ ଦୀର୍ଘ ବର୍ଷ ହେବ ଏହି ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଥାଏ। ହେଲେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଉକ୍ତ ବିଦ୍ୟାଳୟକୁ ବାଦ ଦିଆଯାଇଛି।

ତେବେ ବିଦ୍ୟାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇ ପାରିଲା ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଯଦି ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆ ନ ଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ଘଟଣାରେ ବିଦ୍ୟାଳୟର କୌଣସି ଭୂମିକା ନାହିଁ ବୋଲି ପ୍ରଧାନ ଶିକ୍ଷୟତ୍ରୀ ସୁଷମା ଓଝା ସଫେଇ ଦେବା ସହିତ ପୁନଃ ବିଚାର ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର