ବଜ୍ରପାତରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳ ଦେଖାଇଲେ ଡେମୋ, କହିଲେ ପ୍ରତିଟି ଜୀବନ ମୂଲ୍ୟବାନ

ନବରଙ୍ଗପୁର: କାଳବୈଶାଖୀରେ ବର୍ଷା ପବନ ଠାରୁ ଅଧିକ ବିପଦ ରହୁଛି ବଜ୍ରପାତରେ। ନବରଙ୍ଗପୁର ଜିଲ୍ଲାରେ ବ୍ରଜ୍ରପାତର ପ୍ରଭାବ ଅଧିକ। ପ୍ରତିବର୍ଷ ବହୁ ସଂଖ୍ୟାରେ ବଜ୍ରପାତରେ ଅକାଳରେ ଜୀବନ ଝଡିଥାଏ। ଖରାଦିନିଆ କାଳ ବୈଶାଖୀ ସହ ବଜ୍ରପାତ ସବୁଠୁ ଅଧିକ ବିପଦ ପୁର୍ଣ। ବର୍ତ୍ତମାନ ସନ୍ଧ୍ୟା ସମୟ ଆସିଲେ ହଠାତ ଆକାଶରେ କଳାମେଘ ଘଟିଆସି ଜୋର ରେ ପବନ ବହିବା ସହିତ ଆରମ୍ଭ ହୋଇଯାଏ ଘଡଘଡି ଓ ବର୍ଷା। ତେବେ ଏହି ବଜ୍ରାପାତରୁ ବଞ୍ଚିବା ପାଇଁ ଅନେକ କୌଶଳ ରହିଛି। ଘଡଘଡି ସମୟରେ ଗଛ ମୂଳରେ ରହିବା ପାଇଁ ସର୍ବଦା ବାରଣ କରାଯାଇଛି।

ସେହିଭଳି ଖୋଲା ଆକାଶ ତଳେ ଥିଲେ ମଧ୍ୟ ନିର୍ଦ୍ଧିଷ୍ଟ କିଛି କୌଶଳ ଦ୍ୱାରା ନିଜକୁ ସୁରକ୍ଷିତ ରଖା ଯାଇପାରିବ। ତେବେ ସେହି କୌଶଳ ର ସଚେତନତା କେବଳ ପୋଷ୍ଟର ରେ ହିଁ ସୀମିତ ରହିଯାଇଛି। କେହି ସେ କୌଶଳକୁ ପ୍ରଦର୍ଶିତ କରି ସଚେତନ କରିବା କ୍ଵଚିତ ଦେଖାଯାଏ। ତେବେ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଭିନ୍ନ ଧରଣର ଦୃଶ୍ୟ। ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ପ୍ରେରଣାଦାୟୀ ଚିତ୍ର। ଏବେ ଜିଲ୍ଲାପାଳଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବା ସହ ଜିଲ୍ଲାପାଳଙ୍କୁ ସାଧୁବାଦର ଶୁଅ ଛୁଟିବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର କିନ୍ତୁ ସବୁ ପରିସ୍ଥିତିକୁ ପଛକୁ ଠେଲି ଶିଖାଇଲେ ବଜ୍ରାଘାତ ବିପତ୍ତିରୁ ବଞ୍ଚିବାର କୌଶଳ।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚଳନା କମିଟି ବୈଠକରେ ଜିଲ୍ଲାପାଳ ନିଜେ କୌଶଳ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାର ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ବିଡିଓ, ତହସିଲଦାରଙ୍କ ସହ ଅନେକ ରାଜନେତା ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ ଏହି କୌଶଳ ଶିକ୍ଷା ପ୍ରଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ଏହି କୌଶଳ ପ୍ରଦର୍ଶନ ସମୟରେ ଉପସ୍ଥିତ ସମସ୍ତେ ଏହାର ଭରପୁର ମଜା ନେବାସହ କୌଶଳ ଶିକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଏହି ଡେମୋରେ ବଜ୍ରାଘାତ ସମୟରେ ଯଦି କୌଣସି ପକ୍କା ଘର ଥାଏ ତେବେ ସେହି ଘରକୁ ଚାଲିଯିବା ପାଇଁ ପରାମର୍ଶ ଦେଇଥିଲେ। ଯଦି କୌଣସି ପକ୍କା ଘର ନଥାଏ ଖୋଲା ସ୍ଥାନରେ ଥିଲେ କେଉଁ ମୁଦ୍ରାରେ ତଳେ ବସି ରହିବେ ତାହାକୁ ଡେମୋ ଆକାର ରେ ଦେଖାଇଥିଲେ ଜିଲ୍ଲାପାଳ। ପରିଶେଷରେ ଜିଲ୍ଲାପାଳ କହିଥିଲେ ପ୍ରତିଟି ଜୀବନ ମୁଲ୍ୟବାନ। ଆମେ କାହାକୁ ମରିବାକୁ ଦେବା ନାହିଁ। ଓଡିଶାରେ ଶିଳ୍ପ ବିକଶିତ ରାଜ୍ୟ ନୁହେଁ କିନ୍ତୁ ଭାରତର ବହୁ ଶିଳ୍ପର ବିକଶିତ ଥିବା ରାଜ୍ୟକୁ ଆମେ ଅମ୍ଳଜାନ ଦେଇପାରିଛେ।

ସମ୍ବନ୍ଧିତ ଖବର