ବରଯାତ୍ରୀ ଗାଡ଼ି ଓଲଟି ଜଣେ ମୃତ, ୧୫ ଆହତ

ସାରସକଣା: ସାରସକଣା ବ୍ଲକ୍‌ ଝାରପୋଖରିଆ ଥାନା ଅଧୀନ ସଂକୁଚା ଛକରେ ଆଜି ସକାଳେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି।

ବରଯାତ୍ରୀ ଦଳ କୁଳିଅଣା ବ୍ଲକ୍‌ କାଠଶୀର୍ଷାରୁ ସାରସକଣା ବ୍ଲକ୍‌ ବାରୁବେଡ଼ା ଗ୍ରାମକୁ ଯାଇଥିଲେ। ସେଠାରେ ବାହାଘର ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡ଼ିରେ ଥିବା ୧୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଝାରପୋଖରିଆ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ବାରୁବେଡ଼ା ଗ୍ରାମର ପାହାଡ଼ ସିଂ(୧୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ୩-୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ୨୨/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର