ଟେଲିସ୍କୋପ୍‌ରେ ରଥଯାତ୍ରାର ଡିଜିଟାଲ୍‌ ଦର୍ଶନ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ଏକ ନିଆରା ଅନୁଭବ ଦେଉଛି ଡିଜିଟାଲ୍‌ ଦର୍ଶନ। ଆଇଟିସି ଆଶୀର୍ବାଦ ଅଟା ପକ୍ଷରୁ ବଡ଼ଶଙ୍ଖରେ ହୋଇଥିବା ରଥ ସଦୃଶ ଷ୍ଟଲ୍‌ରେ ହାଇ ରେଞ୍ଜ ଟେଲିସ୍କୋପ ସାହାଯ୍ୟରେ ୧ କିଲୋମିଟର ଦୂରରୁ ରଥ ଓ ଗୁଣ୍ଡିଚା ମନ୍ଦିର ସମେତ ଭକ୍ତଙ୍କ ଭିଡ଼କୁ ନିକଟରୁ ଦେଖିବାର ସୁଯୋଗ ମିଳୁଛି। ସେହିପରି ଭର୍ଚୁଆଲ ରିୟଲିଟି ହେଡ୍‌ ସେଟ୍‌ ଜରିଆରେ ରଥଯାତ୍ରାର ୩-ଡି ଅନୁଭବ ନେଇ ହେଉଛି। ମଞ୍ଚ ଉପରେ ଡିଜିଟାଲ ଦର୍ଶନ ପାଇଁ ଭକ୍ତମାନେ କିଛି ଖେଳ ଖେଳି ସେଥିରେ ଉତ୍ତୀର୍ଣ୍ଣ ହୋଇ ଏହି ଡିଜିଟାଲ୍‌ ଦର୍ଶନର ମଜା ପାଇପାରିବେ। ଏହାବ୍ୟତୀତ ମଞ୍ଚରେ ଆଞ୍ଚଳିକ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ପଟ୍ଟଚିତ୍ର ଶୋଭା ପାଉଛି। ଦିନ ୨ଟା ପରଠୁ ଏହି ବ୍ୟବସ୍ଥା ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର