ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୫୬ ଲକ୍ଷ ଟଙ୍କା

ଘଟଗାଁ: ଶନିବାର ଓ ଆଜି ମା’ ତାରିଣୀଙ୍କ ହୁଣ୍ଡି ଗଣତି କରାଯାଇଥିବା ବେଳେ ହୁଣ୍ଡିରୁ ୫୬ ଲକ୍ଷ ୪୬ ହଜାର ୪୯୮ ଟଙ୍କା ମିଳିଛି। ଏହା ବ୍ୟତୀତ ୩୧୦ରୁ ଗ୍ରାମରୁ ଅଧିକ ସୁନା ଏବଂ  ଅଢ଼େଇ କିଗ୍ରାରୁ ଅଧିକ ମିଳିଛି। ସୂଚନା ଅନୁଯାୟୀ,

ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ମନ୍ଦିର ପରିଚାଳନା ବୋର୍ଡର ସଦସ୍ୟ ଆନନ୍ଦଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ପୁଲିସ ସବଇନିସ୍ପେକ୍ଟର ରଂଜିତ  ଦାସ, କନେଷ୍ଟବଳ ଶ୍ରବଣ ନାୟକଙ୍କ  ଉପସ୍ଥିତରେ ମନ୍ଦିର ବେଢା  ଭିତର ଓ ବାହାରେ ଥିବା ୧୧ଗୋଟି ହୁଣ୍ଡି ଗତ ଶନିବାର ଦିନ ଖୋଳାଯାଇ ଗଣତି କରାଯାଇଥିଲା।

ସେଦିନ ୧୯ ଲକ୍ଷ ୬୮ ହଜାର ୮୭ ଟଙ୍କା ମିଳିଥିବା ବ‌େଳେ ୧୯୯ ଗ୍ରାମ ୯୧୦ ମିଲିଗ୍ରାମ ସୁନା, ୧ କେଜି ୮୧୮ ଗ୍ରାମ ୫୫୦ ମିଲିଗ୍ରାମ ରୁପା ଅଳଙ୍କାର ମିଳିଥିଲା। ଆଜି  ସୋମବାର ସକାଳୁ ମନ୍ଦିର ମୁଖଶାଳାର ୩ ନମ୍ବର ହୁଣ୍ଡି ଖୋଳାଯାଇ ଗଣତି କରାଯାଇଥିଲା। ମନ୍ଦିର କର୍ମଚାରୀ ଅକ୍ଷୟ କୁମାର, ଶରତ ବେହେରା,  ସୁପରଭାଇଜର ଅବନୀ ଜେନା ମହେଶ୍ୱର ସାହୁ, ମହେଶ୍ୱର ଦେହୁରୀ,  ରଞ୍ଜନ କୁମାର ସାହୁ, ପ୍ରାଣବନ୍ଧୁ  ସରଡ଼ିଆ, ନବୀନ ମହନ୍ତ, ଦେବଦତ୍ତ ବଳ, ଚନ୍ଦ୍ରା  ମୁଖି, ନାରାୟଣ ମୁଖି, କୁଳମଣି ପଲେଇ  ସନାତନ ନାଏକ, ଚକ୍ରଧର ନାଏକ, ଅରୁଣ ନାଏକ, ଟୁକୁ ନାୟକ, ସଂକର୍ଷଣ ନାଏକ, ହରିହର ମହନ୍ତ, ଲକ୍ଷ୍ମୀଧର ମହାନ୍ତ, ବିଷ୍ଣୁ ନାୟକ, ବାଲ୍ମୀକି ବଳ, ବୀରବର ମହାନ୍ତ, ଅରୁଣ କୁମାର ନାୟକ, ତରଣୀସେନ ରାଉତ, ଶ୍ରୀକାନ୍ତ ଦେହୁରୀ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ  ଦିବ୍ୟାଲୋଚନ  ମହାନ୍ତ, ସିପୁନ ସାହୁ ଓ ମନ୍ଦିର ସିକ୍ୟୁରିଟି କର୍ମଚାରୀ ହୁଣ୍ଡୀ ଗଣତି କରିଥିଲେ।   ଆଜି ୩୬ ଲକ୍ଷ ୭୮ ହଜାର ୪୧୧ ଟଙ୍କା, ୧୦ଗ୍ରାମ ୬ଶହ ମିଲିଗ୍ରାମ ସୁନା, ୨୧୪ ଗ୍ରାମ ୩ଶହ ମିଲିଗ୍ରାମ ରୁପା ମିଳିଥିଲା। ଶନିବାର ଓ ସେମାବାର ଦୁଇଦିନ ହୁଣ୍ଡି ଗଣତିରୁ ମୋଟ୍  ୫୬ଲକ୍ଷ ୪୬ହଜାର ୪୯୮ ଟଙ୍କା ମିଳିଥିଲା। ଏଥର ଦୁଇ ମାସ ବ୍ୟବଧାନରେ ହୁଣ୍ଡି ଗଣତି କରାଯାଇଛି। ଆଜି ସକାଳ ୯ଟାରୁ ଆରମ୍ଭ ହୋଇ ରାତି ୮ଟା ଯାଏ ହୁଣ୍ଡି ଗଣତି କରାଯାଇଥିଲା।

ସମ୍ବନ୍ଧିତ ଖବର