ବୋଲବମ୍‌… ହର ହର୍‌ବମ୍‌…ତ୍ରିବେଣୀ ଘାଟରେ ପାଣି ଉଠାଇଲେ ୫ ହଜାର ଶ୍ରଦ୍ଧାଳୁ

ବାଲିପାଟଣା: ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ତ୍ରିବେଣୀ ଘାଟ ଓ ଅନ୍ତର୍ବେଦୀ ପୀଠ। ଆଜି ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ କାଉଡ଼ିଆ ପ୍ରାଚୀନଦୀର ତ୍ରିବେଣୀ ଘାଟରୁ ଜଳ ନେଇ ବିଭିନ୍ନ ଶିବ ମନ୍ଦିର ଅଭିମୁଖେ ଯାଇଛନ୍ତି। ବୋଲବମ୍‌ ହରହର ବମ୍‌ ଧ୍ବନିରେ ଘାଟ ପ୍ରକମ୍ପିତ ହୋଇଥିଲା। ଅନ୍ତର୍ବେଦୀ ସାଂସ୍କୃତିକ ପରିଷଦ ପକ୍ଷରୁ ଭକ୍ତଙ୍କ ଲାଗି ସୁବନ୍ଦୋବସ୍ତ କରାଯାଇଥିଲା।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ କଟକ ଜିଲ୍ଲା ନିଆଳି ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ହେଇଛି ପ୍ରାଚୀ ନଦୀ।

ପୁଣ୍ୟତୋୟା ପ୍ରାଚୀ ନଦୀ ଗଙ୍ଗା ନଦୀ ଠାରୁ ଶହେ ବର୍ଷ ବଡ଼ ବୋଲି କିମ୍ବଦନ୍ତୀ ରହିଛି। ନିକଟରେ ତ୍ରିବେଣୀଶ୍ବର ମହାଦେବଙ୍କ ମନ୍ଦିର ଅଛି। ତ୍ରିବେଣୀ ଘାଟରେ ପ୍ରଭୁ ଅନ୍ତର୍ଯ୍ୟାମୀ ନାଥ ପୂଜା ପାଉଛନ୍ତି। ଏଠାରେ ଗୁପ୍ତ ଗଙ୍ଗାଙ୍କ ଆବିର୍ଭାବ ଥିବା ଲୋକକଥା ଅଛି। ତେଣୁ ଏହି ପବିତ୍ର ଘାଟରେ ବର୍ଷ ସାରା ଭକ୍ତଙ୍କ ଭିଡ଼ ଲାଗେ। ଶ୍ରାବଣ ମାସ ଆରମ୍ଭରୁ ଏଠାରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଜମୁଛି। ଖୋର୍ଦ୍ଧା, ପୁରୀ, କଟକ, ଜଗସିଂହପୁର ପ୍ରଭୃତି ଜିଲ୍ଲାରୁ ଭକ୍ତ ଏଠାରୁ ଜଳ ନେଇ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥାନ୍ତି।

ସମ୍ବନ୍ଧିତ ଖବର