ଯୁବ ସ୍ବାଭିମାନ ଦିବସରେ ଉତ୍ସାହ: ‘ସମ୍ବାଦ’ର ଉତ୍ତର ଓଡ଼ିଶା ସଂସ୍କରଣରେ ମେଗା ରକ୍ତଦାନ ଶିବିର

ବାଲେଶ୍ବର: ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଗୁରୁବାର ସାରା ରାଜ୍ୟରେ ଯୁବ ସ୍ବାଭିମାନ ଦିବସ ପାଳନ ହୋଇଛି। ଏହି  ଅବସରରେ ପ୍ରତି ବ୍ଲକ୍‌ ଓ ସହରାଞ୍ଚଳରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ବାଲେଶ୍ବର ଶିଳ୍ପାଞ୍ଚଳସ୍ଥିତ ‘ସମ୍ବାଦ’ ଉତ୍ତର ଓଡ଼ିଶା କାର୍ଯ୍ୟାଳୟ ସଭାଗୃହରେ ମଧ୍ୟ ଉତ୍ସାହର ସହ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। ଏଥିରେ ୯୦ରୁୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ରକ୍ତଦାତାଙ୍କ ମଧ୍ୟରେ ଅଧିକାଂଶ ଯୁବକଯୁବତୀ ରହିଥିବା ଦେଖିବାକୁ ମିଳିଥିଲା। ଅନେକ ସାମାଜିକ ସଂଗଠନ ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ ରକ୍ତ ଦେଇଥିଲେ।

ଶିବିରରେ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ସୁପ୍ରୀତିକ ମିଶ୍ର, ବାଲେଶ୍ବର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଇଂ. କୃଷ୍ଣଚନ୍ଦ୍ର ରାଉତ, ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ, ରକ୍ତଭଣ୍ଡାର ଡାକ୍ତର ବସନ୍ତ କୁମାର ଉପାଧ୍ୟୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତି ଭାବେ ସାଇରୁଲ୍‌ ହକ, ଆଶିଷ ଘୋଷ, ଯଶୋଦା ନନ୍ଦନ ଆଶ, ଗୌରାଙ୍ଗ ପାଣିଗ୍ରାହୀ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଶିବିରଟି ଆୟୋଜିତ ହୋଇଥିଲା। ସଂପାଦନା ବିଭାଗ ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ର, ବିଜ୍ଞାପନ ବିଭାଗ ମୁଖ୍ୟ ସନ୍ତୋଷ କୁମାର ଜେନା, ପ୍ରସାରଣ ବିଭାଗ ମୁଖ୍ୟ ବିରଞ୍ଚି ନାରାୟଣ ପାଢ଼ୀ, ବିତ୍ତ ବିଭାଗ ମୁଖ୍ୟ ସୁଶାନ୍ତ ପଣ୍ଡା, ସାହିତ୍ୟଘର ସହଯୋଗୀ ଶତ୍ରୁଘ୍ନ ସାହୁ, ପ୍ରି-ପ୍ରେସ୍‌ର ମହିମରଂଜନ ସ୍ବାଇଁ ଓ ଅସିତ ପାଣିଗ୍ରାହୀ, ପ୍ରେସ୍‌ ମୁଖ୍ୟ ଅମରଜିତ ମିଶ୍ର, ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ, ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର